ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ସମୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। କାରଣ ଏହି ବର୍ଷା ଆସନ୍ତା ସପ୍ତାହେ ଧରି ଲାଗି ରହିବା ସହିତ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି।ଏହା ସହିତ ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ ଚେତାବନୀ ଜାରି ହୋଇଛି।
