ଦବିଲା ଯାତ୍ରା ପାର୍ଟି ବସ, ଅଳ୍ପକେ ବର୍ତିଲେ କଳାକାର I
ପୁରୀ-05/05/2025 ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ନୁଆସନ୍ଥ ବଳଙ୍ଗା କେନାଲ ରାସ୍ତାରେ ଆଜି ସକାଳୁ ସକାଳୁ ଯାତ୍ରା ପାର୍ଟି ରାଜନନ୍ଦିନୀ ବସ ଦୃଘଟଣା। ଯାତ୍ରା ରାଜନନ୍ଦିନୀ ଯାତ୍ରା ପାର୍ଟିର ଏକ ବସ ମାଳସାହି ରେ ଯାତ୍ରା ସାରି କଳାକାର ମାନଙ୍କୁ ନେଇ ଯାଉଥିବା ବେଳେ କେନାଲ ଭିତରକୁ ହଟାତ ବସର ଆଗ ବାମ ଚକା ଖସିଯାଇଥିଲା ଯାହା ଫଳରେ ବସରେ ଥିବା ସମସ୍ତ କଳାକାର ମାନେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା କଳାକାରଙ୍କୁ ଉଦ୍ଧାର କରାଯାଇଥିଲା I ବସ ଦୃଘଟଣା ରୁ ବର୍ତିଲେ ୫୦ ରୂ ଅଧିକ କଳାକାର! ନଡ଼ିଆ ଗଛ କୁ ବନ୍ଧା ହୋଇ ରହିଛି ବସ! ଅଳ୍ପକେ ବର୍ତିଲା ଯାତ୍ରା କଳାକାର ଙ୍କ ଜୀବନ! ପୁରୀରୁ ପ୍ରକାଶ କାଣ୍ଡି।

