ଦଶପଲ୍ଲା ବ୍ଲକ ରେ ସି ୩ ଦ୍ୱାରା ବାଲ୍ୟବିବାହ ନିଷେଧ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ


ଦଶପଲ୍ଲା -(ବିଶ୍ୱରଞ୍ଜନ ସେଠି) ସେଣ୍ଟର ଫର କଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ଦଶପଲ୍ଲା ବ୍ଲକ ର ପାଞ୍ଚଗୋଟି ପଞ୍ଚାୟତ ତଥା ନଛିପୁରୁ, ତେଣ୍ଡାବାଡି, ଶିମିଲିସାହି, ଖମାରିସାହି, ଡିହଗାଁ,ଭଳି ପାଞ୍ଚଗୋଟି ପଞ୍ଚାୟତ ରେ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ପାଞ୍ଚଗୋଟି ପଞ୍ଚାୟତର ସରପଞ୍ଚ, କିଶ୍ବର କିଶ୍ୱରୀ, ଅଙ୍ଗନୱାଡି କର୍ମୀ, ୱାର୍ଡ ମେମ୍ବର, ମହିଳା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

୧୮ ବୟସ ରୁ କମ ବୟସ ର ଝିଅ ଏବଂ ୨୧ ବର୍ଷ ବୟସରୁ କମ ବୟସର ପୁଅ ପିଲାମାନଙ୍କର ବିବାହ କଲେ ସେମାନଙ୍କ ର ଶାରୀରିକ,ମାନସିକ ଉପରେ ପଡ଼ୁଥିବା କୁ ପ୍ରଭାଵ ସହିତ ଚାରିଗୋଟି ଅଧିକାରରୁ କେଉ ଭଳି ଭାବରେ ବଞ୍ଚିତ ହୋଇ ଜୀବନ ସାରା କଷ୍ଟ ପାଉଛନ୍ତି ସେ ବିଷୟରେ ନାଟକ ମଧ୍ୟମରେ ପରିବେଷଣ କରୁଥିଲେ, ଏହା ସହିତ ଶିକ୍ଷାର ଗୁରୁତ୍ଵ ବାଲ୍ୟବିବାହର କାରଣ ଓ ନିରାକରଣ ଓ ଦଣ୍ଡବିଧାନ ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ଟି ସି ୩ ବ୍ଲକ ସଂଯୋଜକ ଦାୟିତ୍ୱ ରେ ଥିବା ସୁଭାଶିଷ ମିଶ୍ର ଙ୍କ ତତ୍ତ୍ଵାବଧାନରେ  ଅନୁଷ୍ଠିତ ହୋଇଥିଲା।