ଦାମୀ ମଇଁଷିର ବାର୍ଷିକ ୬୦ ଲକ୍ଷ ଟଙ୍କା ଆୟ କରି ଚାମ୍ପିଅନ୍ ହୋଇଛନ୍ତି ’ବିଧାୟକ’

ସାମ୍ନାକୁ ଆସିଲା ଏକ ବିଶାଳ ମଇଁଷି । ଯାହାର ନାମ ’ବିଧାୟକ । ତା’ର ଚମକଦାର ତ୍ବଚା ଏବଂ ରାଜକୀୟ ଚାଲିଚଳଣ ପାଇଁ ସେହି ମଇଁଷିର ମୂଲ୍ୟ ପ୍ରାୟ ୮ କୋଟି ରହିଛି । IIM-T ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଅଖିଳ ଭାରତୀୟ କିଶାନ ମେଳାରେ ହରିୟାଣାର ଏକ ମହିଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଏହି ବିଶାଳ କଳା ରଙ୍ଗର ମଇଁଷିଟି ହରିୟାଣାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚାଷୀ ନରେନ୍ଦ୍ର ସିଂହଙ୍କର ବୋଲି ଜଣାପଡିଛି। ନରେନ୍ଦ୍ର ବହୁ ବର୍ଷ ଧରି ପଶୁପାଳନ କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ପରିଗଣିତ ହେଉଛନ୍ତି। ଏନେଇ ନରେନ୍ଦ୍ର କହିଛନ୍ତି ଯେ ଏହା ଏକ ମୁରାହ ପ୍ରଜାତିର ମଇଁଷି ହୋଇଥିବା ବେଳେ ନିଜର ବଳିଷ୍ଠ ଗଠନଶୈଳୀ, ପ୍ରଭାବଶାଳୀ ଚେହେରା ଏବଂ ଅତୁଳନୀୟ କାର୍ଯ୍ୟଦକ୍ଷତା ଏହାର ପରିଚୟ।

ମେଳାରେ ଏହି ମଇଁଷିକୁ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ବିଶାଳକାୟ ମଇଁଷିର ଉଚ୍ଚ ଗୁଣ ସମ୍ପନ୍ନ ଶୁକ୍ରାଣୁ ବିକ୍ରୟ କରି ବାର୍ଷିକ 60 ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ବୋଲି ମାଲିକ ନରେନ୍ଦ୍ର ସିଂହ ଦାବି କରିଛନ୍ତି।ଏହି ପ୍ରତିଯୋଗୀତାରେ ନୁହେଁ ବିଧାୟକ ଅନ୍ୟାନ୍ୟ ପ୍ରତିଯୋଗୀତାରେ ମଧ୍ୟ ଅଂଶ ଗ୍ରହଣ କରି ବିଜୟୀ ହୋଇଛନ୍ତି । ଯାହା ସମସ୍ତ ପଶୁପାଳକ ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛି । “ବିଧାୟକ”ର ଲୋକପ୍ରିୟତା ଏହି କିଶାନ ମେଳାର ସମ୍ପୂର୍ଣ୍ଣ ଦିଗ ବଦଳାଇ ଦେଇଥିଲା।