ଦାରୁ ବିଗ୍ରହ ନିମନ୍ତେ ଲିମ୍ବ ଗଛ ପୁଜାର୍ଚ୍ଚନା

ଗଣିଆ (ବିଶ୍ୱରଂଜନ ସେଠି) ଶନିବାର ଅପରାହ୍ନରେ ନୟାଗଡ଼ ଜିଲା ଗଣିଆ ବନାଂଚଳ ଅଧିନସ୍ଥ ଗଣିଆ ଗ୍ରାମର ବ୍ରାହ୍ମଣ ଶାସନର ସରୋଜ କୁମାର ଦାଶଙ୍କ ବାଡ଼ିରେଥିବା ଲିମ୍ବ ଗଛକୁ ପାରାଦ୍ୱୀପର ମଧୁବନ ଜଗନ୍ନାଥ ମନ୍ଦିରର ବିଗ୍ରହ ନିମନ୍ତେ ପୁଜାର୍ଚ୍ଚନା କରାଯାଇଛି । ଏଥିପାଇଁ ଗଛମୂଳରେ ହୋମଯଜ୍ଞ କରାଯାଇ ପୁଜାର୍ଚ୍ଚନା କରାଯାଇଥିଲା । ଏଥିରେ ପାରାଦୀପ ମଧୁବନ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ତ୍ରିଲୋଚନ ପଣ୍ଡା, ମନ୍ଦିର ଟ୍ରଷ୍ଟି ପ୍ରସାନ୍ତ ମହାରଣା, ପାରାଦୀପ ପୋର୍ଟର ମୁଖ୍ୟ ଯନ୍ତ୍ରୀ ହିମାଂଶୁ ରାଉତ, ଅବସରପ୍ରାପ୍ତ ଆସିସିଏଫ ମନୋଜ ମହାପାତ୍ର, ଗଣିଆ ବନାଂଚଳ ଅଧିକାରୀ ସବନମ ସାହୁ, ବନପାଳ ମନୋଜ ପ୍ରଭାକର ସାହୁଙ୍କ ସମେତ ମନ୍ଦିର କମିଟିର ୨୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ । ଭକ୍ତମାନଙ୍କ ଦ୍ୱାରା ଖୋଳ କୀର୍ତନ ଶଙ୍ଖ ହୁଳହୁଳି ଓ ମୃଦଙ୍ଗର ତାଳେ ତାଳେ ଦାରୁ ବିଗ୍ରହ ନିମନ୍ତେ ପୁଜାର୍ଚ୍ଚନା କରାଯାଇଥିଲା । ଆସନ୍ତା କାଲି ବୃକ୍ଷ ଛେଦନ କରାଯିବ ବୋଲି ମନ୍ଦିର ଟ୍ରଷ୍ଟି ଶ୍ରୀଯୁକ୍ତ ମହାରଣା କହିଥବଲେ । ତେବେ ସରୋଜ ଦାସଙ୍କର ମହାପ୍ରଭୁଙ୍କ ବିଗ୍ରହ ନିମନ୍ତେ ବୃକ୍ଷ ଦାନକୁ ସାଧାରଣରେ ପ୍ରଂସସା କରିବା ସହିତ ଆଗାମୀ ଦିନରେ ପ୍ରତ୍ୟେକ ଲୋକ ନିଜ ବାଡ଼ିରେ ଏଭଳି ଫାସୀ, ଧଉରା, ଅସନ ଆଦି ଗଛ ଲଗାଇ ଭବିଷ୍ୟତରେ ଜଗତର ନାଥ ଜଗନ୍ନାଥଙ୍କ କୃପାଲାଭକରି ପାରିବେ ବୋଲି ଗଣିଆ ବନାଚଂଳ ଅଧିକାରୀ ସବନମ ସାହୁ କହିଥିଲେ ।