ଦିଲ୍ଲୀରେ ବିସ୍ଫୋରଣ କରିବା ପୂର୍ବରୁ ଚାଞ୍ଚଲ୍ୟକର ଭିଡିଓ କରିଥିଲେ ଆତଙ୍କବାଦୀ
ନୂଆଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମର ନବୀର ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର ନବୀ ଇଂଲିଶରେ ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ ବୋଲି କହୁଛି । ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର । ଘଟଣାର ୭ଦିନ ପରେ ଏହି ଭିଡିଓ ସାମ୍ନାକୁ ଆସିଛି ।ଏହି ଭିଡିଓରେ ଉମର କହୁଛି ଯେ, ସୁଇସାଇଡ ବମ୍ବିଂକୁ ଠିକ୍ ଭାବରେ ବୁଝି ପାରି ନାହାଁନ୍ତି । ବିସ୍ଫୋରଣ ଏବଂ ଆତ୍ମଘାତୀ ବିସ୍ଫୋରଣ ଭିତରେ ବିଚାରଗତ ଫରକ ରହିଛି । ଏହାକୁ ନେଇ ଅନେକ ବିରୋଧାଭାଷ ଓ ତର୍କ ରହିଛି। ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ସମସ୍ୟା ହେଲା ଯେତେବେଳେ କୌଣସି ବ୍ୟକ୍ତି ମାନିନିଏ ଯେ, ତାର ମୃତ୍ୟୁ ଏକ ନିଶ୍ଚିତ ସମୟ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ହେବ ସେତେବେଳେ ସେ ଏକ ବିପଦପୂର୍ଣ୍ଣ ମାନସିକ ସ୍ଥିତିକୁ ଚାଲିଯାଏ। ମୃତ୍ୟୁ ହିଁ ଶେଷ ଠିକଣା ବୋଲି ମାନିନିଏ। ହେଲେ ସତ କଥାଟା ହେଉଛି ଏଭଳି ଚନ୍ତାଧାରା କିମ୍ଵା ଏଭଳି ପରିସ୍ଥିତି କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ସ୍ଵୀକାର୍ଯ୍ୟ ନୁହେଁ। କାରଣ ଏହା ସମାଜ, ଜୀବନ ଏବଂ ଆଇନର ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରିଥାଏ । ତେବେ ଏହି ଭିଡିଓଟି ଖୁବ୍ କମ୍ ସମୟର ରହିଛି। ଏତିକି କହିବା ପରେ ଭିଡିଓଟି ଶେଷ ହୋଇଯାଇଛି ।ସୂତ୍ର ଅନୁସାରେ, ବିସ୍ଫୋରଣ ପୂର୍ବରୁ ଏହି ଭିଡିଓ ଉମର ନିଜେ ରେକର୍ଡ କରିଥିଲେ। ତଦନ୍ତକାରୀ ଦଳ ବିଶ୍ୱାସ କରନ୍ତି ଯେ ଏହି ଭିଡିଓ ଉମରଙ୍କ ଚିନ୍ତାଧାରା, ଯୋଜନା ଏବଂ ମୌଳବାଦୀ ଚିନ୍ତାଧାରା ପ୍ରତିଫଳିତ କରେ। ଏହା ମଧ୍ୟ ସୂଚିତ କରେ ଯେ ସେ ଦୀର୍ଘ ସମୟ ଧରି ଏପରି ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିଲେ।
