ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୁଷଣର ସମ୍ମୁଖୀନ ଦିଲ୍ଲୀରେ ଆଗାମୀ ତିନି ଦିନରେ ପ୍ରଥମ ଥର କୃତ୍ରିମ ବର୍ଷା ଦେଖିବାକୁ ମିଳିପାରେ। ନ୍ୟୁଜ୍‌ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ, କ୍ଲାଉଡ୍‌ ସିଡିଂ ଅପରେସନ ପାଇଁ ସେସନା ବିମାନ କାନପୁରରୁ ମିରଟ ପାଇଁ ପ୍ରସ୍ଥାନ ହୋଇପାରେ। ଯଦି ପାଣିପାଗର ସ୍ଥିତି ଅନୁକୂଳ ହୁଏ, ତ ଆଗାମୀ ତିନି ଦିନରେ କେବେ ବି କୃତ୍ରିମ ବର୍ଷା କରାଯାଇ ପାରେ। ଅଧିକାରୀମାନେ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ଗୋପନୀୟ ଏବଂ ଏହାର ବିବରଣୀ ପୂରା ହେବା ପରେ ସେୟାର କରାଯିବ।କ୍ଲାଉଡ୍‌ ସିଡିଂ ଟେକନିକ୍‌ ଅନୁସାରେ , ସେସନା ବିମାନର ଉଭୟ ଡେଣା ତଳେ ଆଠରୁ ଦଶ ପକେଟ୍‌ ଲଗାଯାଇଛି। ଏହି ବ୍ୟାଗ୍‌ ଗୁଡ଼ିକରେ ରାସାୟନିକ ସାମଗ୍ରୀ (ସିଡିଂ ସାମଗ୍ରୀ) ଜମା ଅଛି। ବର୍ଷା ଆରମ୍ଭ କରିବା ପାଇଁ , ଏହି ରାସାୟନିକକୁ ପଦାର୍ଥକୁ କକପିଟ୍‌ରୁ ନିୟନ୍ତ୍ରିତ କରି ବାଦଲ ତଳେ ମୁକ୍ତ କରାଯିବା ସହ ବିସ୍ଫୋରଣ କରାଯିବ, ଯେଉଁଥିରେ ବର୍ଷା ଆରମ୍ଭ ହୋଇ ପାରେ।ଅଧିକାରୀମାନେ କହିଛନ୍ତି ଯେ, ଏହି ପାୟରୋଟେକ୍ନିକ୍‌ ପ୍ରକ୍ରିୟା ଫ୍ଲେୟର୍ସ ( ରାସାୟନିକ ଆଲୋକ) ଜାରି କରିବ, ଯାହା ବାଦଲ ସହ ପ୍ରତିକ୍ରିୟା କରି ବର୍ଷା ଆରମ୍ଭ କରି ଦେବ। ସେ କହିଛନ୍ତି ଯେ, ଏହି କ୍ଲାଉଡ୍‌ ସିଡିଂ ଅପରେସନର ଆନୁମାନିକ ପ୍ରଭାବ କ୍ଷେତ୍ର ପାଖାପାଖି ୧୦୦କିଲୋମିଟର ହେବ।