ଦିଲ୍ଲୀ ଆକାଶରେ ହେଲା କ୍ରୁତ୍ରିମ ବର୍ଷା

ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍‌ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବର୍ଷା ହୋଇନଥିବାରୁ ଏହାର ସଫଳତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। କ୍ଲାଉଡ ସିଡିଂକୁ କେନ୍ଦ୍ର ପରିବେଶ, ପ୍ରତିରକ୍ଷା, ଗୃହ ମନ୍ତ୍ରଣାଳୟ, ଉତ୍ତର ପ୍ରଦେଶ ସରକାର, ଭାରତୀୟ ବିମାନବନ୍ଦର ପ୍ରାଧିକରଣ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋରୁ ମଧ୍ୟ ଅନୁମତି ମିଳିଛି। ଏହି ପଦକ୍ଷେପ କେବଳ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଐତିହାସିକ ନୁହେଁ ବରଂ ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା କରିବା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ।

କୃତ୍ରିମ ବର୍ଷାକୁ କ୍ଲାଉଡ ସିଡିଂ କୁହାଯାଏ । ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି କୃତ୍ରିମ ବର୍ଷା କିମ୍ବା ତୁଷାରପାତ କରାଯାଏ । କ୍ଲାଉଡ୍‌ ସିଡିଂ ପ୍ରକ୍ରିୟାରେ, ସିଲଭର ଆୟୋଡାଇଡ୍‌, ପୋଟାସିୟମ୍‌ କ୍ଲୋରାଇଡ ଏବଂ ସୋଡିୟମ୍‌ କ୍ଲୋରାଇଡ୍‌ ଭଳି ରାସାୟନିକ ପଦାର୍ଥ ମିଶ୍ରଣ କରି ବିହନ ତିଆରି କରାଯାଏ, ଯାହା ପରେ ବିମାନରୁ ମେଘାଚ୍ଛନ୍ନ ମେଘ ଉପରେ ସ୍ପ୍ରେ କରାଯାଏ । ଏହି ବିହନଗୁଡିକ ମେଘରେ ଥିବା ପାଣିକୁ ବରଫରେ ପରିଣତ କରନ୍ତି, ଯାହା ଏକାଠି ଲାଗି ରହିଥାଏ ଏବଂ ଭୂମିରେ ପଡିବାରେ ପରେ ଫାଟି ପାଣି ହୋଇଯାଏ ।ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ଯଦି କ୍ଲାଉଡ୍ ସିଡିଂ ମାଧ୍ୟମରେ କୃତ୍ରିମ ବର୍ଷା ସଫଳ ହୁଏ, ତେବେ ତାହା ବାୟୁ ପ୍ରଦୂଷଣ ସ୍ତରକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିବ। ଖେକ୍ରା, ବୁରାରୀ, ମୟୂର ବିହାର ଓ ଅନ୍ୟାନ୍ୟ ଅଞ୍ଚଳରେ କ୍ଲାଉଡ୍ ସିଡିଂ ହୋଇଛି। ଆଠଟି ଫ୍ଲେୟାର ବ୍ୟବହାର କରାଯାଇଥିଲା ଏବଂ ସମଗ୍ର ପ୍ରକ୍ରିୟା ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା।