ଦିଲ୍ଲୀ ବିସ୍ଫୋରଣ ମାମଲା: ଅଟା ମେସିନରେ ବୋମା ତିଆରି କରୁଥିଲା ଆତଙ୍କୀ ମୁଜାମ୍ମିଲ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏକ ପ୍ରମୁଖ ସୁରାକ ମିଳିଛି। ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ। ତଦନ୍ତ ସମୟରେ ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ମିଲ୍ ଏବଂ ଯନ୍ତ୍ରପାତି ଉଦ୍ଧାର କରିଛି।ସୂଚନାଯୋଗ୍ୟ, ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। କାର୍ ଚଳାଉଥିବା ଆତ୍ମଘାତୀ ଆକ୍ରମଣକାରୀ ଉମର ଉନ୍ ନବି ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ସେ କଶ୍ମୀରର ବାସିନ୍ଦା ଏବଂ ପେସାରେ ଜଣେ ଡାକ୍ତର ଥିଲେ। ଉମର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ଜଡ଼ିତ ଥିଲେ।
