ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ଦିଲ୍ଲୀ ଏନ୍ସିଆର୍
ଦୀପାବଳି ପରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦ୍ୟୁଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ ।। ସୋମବାର ସନ୍ଧ୍ୟାରେ ଦିଲ୍ଲୀର କିଛି ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଦିଲ୍ଲୀର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ଟି ‘ରେଡ୍ ଜୋନ୍’ରେ ଥିବା ରେକର୍ଡ କରାଯାଇଛି ଏବଂ ଏହି ୩୪ଟି ମନିଟରିଂ ଷ୍ଟେସନରେ, AQI ୩୦୧ ଉପରେ ଥିବା ରେକର୍ଡ କରାଯାଇଛି।ଗାଜିଆବାଦ ଓ ନରେଲା ଅଂଚଳରେ ଘରୁ ବାହାରିଲେ ଲୋକଙ୍କ ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି ଲୋକ । ବାୟୁ ପ୍ରଦ୍ୟୁଷଣ ଯୋଗୁଁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକେ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦ୍ୟୁଷଣ ଅତି ଭୟଙ୍କର ସ୍ଥିତିରେ ପହଂଚିଛି ।
