ଦୀପାବଳି ବୋନସ ଦେଲାନି କମ୍ପାନୀ, ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେର ଟୋଲ ଗେଟ୍ ଖୋଲିଦେଲେ କର୍ମଚାରୀ

ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ (Toll Gates) ଖୋଲି ଦେବାରୁ ହଜାର ହଜାର ଗାଡ଼ି ବିନା ଶୁଳ୍କରେ ଯାତାୟାତ କରିଥିଲେ।ଫଳରେ ଟୋଲ୍ କମ୍ପାନୀର ୩୦ ଲକ୍ଷ ଲଙ୍କା କ୍ଷତି ହୋଇଛି ।

ଖବର ମୁତାବକ, ଦୀପାବଳି ଅବସରରେ କମ୍ ବୋନସ ମିଳିବାରୁ ଫତେହାବାଦ ଟୋଲ ଟ୍ୟାକ୍ସ କର୍ମଚାରୀ ନିରାଶ ରହିଥିଲେ । ତେଣୁ ବୋନସ ପାଇବା ପରେ ଶନିବାର ରାତିରେ ଟୋଲ୍ ଗେଟ ଖୋଲିଦେଇଥିଲେ । ଧନତେରସରେ ହଜାର ହଜାର ଯାନବାହନ ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେ ଟୋଲ୍ ଟ୍ୟାକ୍ସ ନ ଦେଇ ଯାଇଥିଲା । ଯାହା ଫଳରେ ଟୋଲ୍ କମ୍ପାନୀର ୨.୫ ରୁ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ପାଇଁ ଟୋଲ୍ ଆଦାୟ ବନ୍ଦ ରହିଥିଲା । ମ୍ୟାନେଜର ପ୍ରଥମେ କର୍ମଚାରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ମନା କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା ।ଅଧିକାରୀମାନେ ବୋନସ୍ ଦେବାକୁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୧୦ ଘଣ୍ଟା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଥିଲା। ଏହି ଘଟଣା ଯୋଗୁଁ ଏକ୍ସପ୍ରେସୱେରେ ଗାଡ଼ି ଚଳାଚଳ ମାଗଣାରେ ହୋଇଥିଲା।