ଦୀପିକା ଅସୁସ୍ଥ ଥିବା ନେଇ ସେୟାର କଲେ ପୋଷ୍ଟ

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’ ଅନ୍ୟତମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ ସିଂ ଗ୍ରୋଭର ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲର ଦେଖିବା ପରେ ସମସ୍ତଙ୍କ ଉତ୍ସାହ ଆହୁରି ବଢି ଯାଉଛି । ଏହା ପୂର୍ବରୁ ଦୀପିକା ପାଦୁକୋନ ଏକ ନିରାଶଜନକ ଖବର ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଦୁଃଖ ପ୍ରକାଶ କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ, ସେ ଆଜି ‘ଫାଇଟର୍‌’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ।

ଏଥିରେ ସେ ଟିମ୍‌ ଫାଇଟର୍‌ଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, ମୋର ସ୍କାଡ୍ରନ ମିସ୍‌ ହେବ। ଶୁଭେଚ୍ଛା ଟିମ୍‌! ପଞ୍ଚ ଇମୋଜି ବି ଦେଇଛନ୍ତି।ତେବେ ସେ କେଉଁ କାରଣରୁ ଅସୁସ୍ଥ ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡି ନାହିଁ । ତେବେ ଦୀପିକା ଅସୁସ୍ଥ ଥିବା ସଙ୍କେତ ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଆରୋଗ୍ୟ କାମନା କରିଛନ୍ତି।