ଦୀର୍ଘଦିନର ଗର୍ଲଫ୍ରେଣ୍ଡ୍‌ଙ୍କ ହାତ ଧରିଲେ ସିଙ୍ଗର ସନମ ପୁରୀ

ଭାରତୀୟ ପପ ରକ ବ୍ୟାଣ୍ଡ ସନାମର ଲିଡ ସିଙ୍ଗର-ମ୍ୟୁଜିସିୟାନ ସନାମ ପୁରୀ ବିବାହ କରିଛନ୍ତି।ସେ ନାଗାଲାଣ୍ଡର ବାସିନ୍ଦା ଜୁକୋବେନି ତୁଙ୍ଗୋଏଙ୍କୁ ବିବାହ କରିଛନ୍ତି । ଅନେକ ଶାସ୍ତ୍ରୀୟ ଗୀତର ରିକ୍ରିଏଟ୍‌ ଭର୍ସନରେ ଗାଇ ସଂସ୍କରଣ ଗାଇ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ । ଜଣେ ଗାୟକ ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍।ଯାହାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ସନମ ପୁରୀଙ୍କ ବୟସ ୩୧ ବର୍ଷ ହୋଇଥିବା ବେଳେ ତାଙ୍କ ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ଜୁକୋବେନି ତାଙ୍କ ଠାରୁ ୬ ବର୍ଷ ସାନ ଅର୍ଥାତ୍ ତାଙ୍କୁ୨୫ ବର୍ଷ ବୟସ । ଉଭୟ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

ସନମ ଏବଂ ଜୁଚୋବେନି ତୁଙ୍ଗୋଙ୍କ ବିବାହ ଆଲବମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି।ସନମ ପୁରୀର ପତ୍ନୀ ଜୁକୋବେନି ନାଗାଲାଣ୍ଡର ରାଜଧାନୀ କୋହିମା ନିବାସୀ। ନିକଟରେ ଏକ ସାକ୍ଷାତକାରରେ ସନମ ବିବାହ ବିଷୟରେ ପ୍ରକାଶ କରିଥିଲେ ଏବଂ ପଞ୍ଜାବୀ-ନାଗା ବିବାହ ସହିତ ଏହି ବିବାହ ହେବ ବୋଲି କହିଥିଲେ।