ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା

ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା। ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜିବୀ ଜନଗଣନା ୨୦୨୫ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହେବ ।ଜନଗଣନାକୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ ‘ବ୍ୟାସ ଭାରତ’ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି । ରାଜ୍ୟର ୬ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟ ଯିବି ପରିବାରଙ୍କୁ ସର୍ଭେ କରାଯିବ ।