ଦୁଇ ଗୋରୁ ବୋଝେଇ ପିକଅପ ଭ୍ୟାନ ସହିତ ୩୩ ଗୋରୁ ଉଦ୍ଧାର , ୨ ଜଣ ଅଟକ, ଜଣେ ଫେରାର

ଗଣିଆ : ( ବିଶ୍ୱରଂଜନ ସେଠି )ବେଆଇନ ଗୋ ଚାଲାଣ ବେଳେ ଗଣିଆ ପୋଲିସକୁ ମିଳିଛି ବଡ ସଫଳତା ,ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ଗଣିଆ ପୋଲିସ । ସୂଚନା ଥାଉକି ରବିବାର ଭୋରରୁ ବୌଦ୍ଧ ଜିଲ୍ଲା ପୁରୁଣା କଟକରୁ କଟକ ଜିଲ୍ଲା ତିଗିରିଆକୁ ୨ଟି ପିକଅପ୍ ଭ୍ୟାନରେ ବେଆଇନ୍ ଗୋରୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେଣା ଓ ଏ ଏସ ଆଇ ମନୋରଞ୍ଜନ ପ୍ରଧାନଙ୍କ ସମେତ ଗଣିଆ ପୋଲିସ କର୍ମଚାରୀ ପୂର୍ବାନୁଯାଇ ଗଣିଆ ବ୍ଲକ ସ୍ଥିତ ଗଣିଆ କଲେଜ ନିକଟରେ ଲୁଚି ରହିଥିବା ବିପରୀତ ଦିଗରୁ ଆସୁଥିବା ୨ ଗୋରୁ ବୁଝେଇ ପିକଅପ ଭ୍ୟାନକୁ ଅଟକାଇଥିଲେ । ଗୋରୁ ବୋଝେଇ ଦୁଇଟି ପିକଅପ ଭ୍ୟାନ ସହିତ ସେଥିରରୁ ୩୩ଟି ଗୋରୁକୁ ଜବତ କରିବା ସହିତ ଦୁଇଜଣକୁ ଧରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା ¡ ଦୁଇଟି ପିକଅପ ଭ୍ୟାନ ସହିତ ୩୩ ଗୋଟି ଗୋରୁ ଓ ଦୁଇଜଣଙ୍କୁ ଗଣିଆ ଥାନାକୁ ଆଣିଥିଲେ !

ଅଟକ ଦୁଇଜଣ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକର ସତ୍ୟନାରାୟଣ ବେହେରା (45) ଓ ବୌଦ୍ଧ ଜିଲ୍ଲା ଫୁଲଝରିଆ ଗ୍ରାମର ସୁଶାନ୍ତ ବେହେରା (38) ! ଉଭୟ ଗୋରୁଙ୍କୁ କଟକ ଜିଲ୍ଲା ତିଗିରିଆକୁ ନେଉଥିବା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେଣାଙ୍କୁ କହିଥିଲେ ! ତେବେ ଉଦ୍ଧାର ହୋଇଥିବା ୩୩ ଗୋଟି ଗୋରୁଙ୍କୁ ଖଣ୍ଡପଡା ବ୍ଲକ ଅଧିନସ୍ଥ ଶିଙ୍ଗିବାଡି ଗୋଶାଳାରେ ଛାଡ଼ିଥିବା ଥାନା ଅଧିକାରୀ କହିଛନ୍ତି ! ତେବେ ଥାନାରେ ଅଟକ ଥିବା ଦୁଇଜଣ ଡ୍ରାଇଭରଙ୍କୁ ରବିବାର ଦିନ ଅପରାହ୍ନରେ ୧୨୨/୨୪ ରେ ଏକ ମାମଲା ରୁଜୁ କରି ଦଶପଲ୍ଲା ବିଚାରବିଭାଗୀୟ ଅଦାଲତକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଦଣ୍ଡସେଣା କହିଛନ୍ତି ! ତେବେ ସରକାରଙ୍କ ତରଫରୁ ଗୋ ଚାଲାଣକୁ ନେଇ ସଚେତନ କରାଯାଉଥିବା ବେଳେ ଏବେବି କିଛି ଅସାମାଜିକ ବ୍ୟକ୍ତି ଗୋ ଚାଲାଣ କରୁଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଆସନ୍ତୋଷ ଦେଖିବାକୁ ମିଳିଛି !