ଦୁଇ ଜଣଙ୍କୁ ବିବାହ କରିଥିଲା ରଙ୍ଗିଲା ସ୍ୱାମୀ, ଅଭିଯୋଗ ଆଣିଲେ ୨ ପତ୍ନୀ
ମିଛ ପ୍ରେମର ଅଭିନୟ କରି ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କ ଟଙ୍କାରେ ଅୟସ, ଆରାମ କରୁଥିଲେ । ପୁଣି ଟଙ୍କା ଲୋଭରେ ଦେଉଥିଲେ ଧମକ ଆଉ ଶାରିରୀକ ନିର୍ଯାତନା । ଆହୁରି ଅନେକ ବିବାହ କରି ସ୍ତ୍ରୀଙ୍କୁ ଲୁଚାଇ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦ୍ଵିତୀୟ ସ୍ତ୍ରୀ । ସୁହାନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚୁନିଦା ବଳଭଦ୍ରପୁର ଗାଁର ସୀତାଂଶୁ ଶେଖର ସାହୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଅଞ୍ଜନା ବାରିକ ନାମକ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ବିବାହର ୪ ଦିନ ପରେ ଆରମ୍ଭ ହୋଇଯାଇଥିଲା ଶଶୁର ଘର ଲୋକଙ୍କର ଯୌତୁକ ନିର୍ଯାତନା । ବୋହୁକୁ ମାରପିଟ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିବା କହିଛନ୍ତି ପ୍ରଥମ ସ୍ତ୍ରୀ । ଏମିତି ମାରପିଟ ପରେ ସେ ସ୍ଵାମୀଙ୍କ ସହ ବ୍ୟାଙ୍ଗଲୋର ଚାଲି ଯାଇଥିଲେ । ହେଲେ ସ୍ଵାମୀ ମଧ୍ୟ ସେଠାରେ ତାଙ୍କୁ ଅନେକ ଥର ମାରିଦେବାପାଇଁ ଉଦ୍ୟମ କରିଥିଲେ । ଆଉ ଅଭିଯୋଗ କଲେ ନଗ୍ନ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ । ଏହି ଘଟଣା ପରେ ସିତାଂଶୁ ଚରମ୍ପା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୨୦୨୪ ବିବାହ କରିଥିଲେ । ତାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ନେଇଯାଇଥିଲେ । ତେବେ ବିବାହର ୬ ମାସ ସିତାଂଶୁ ପୂର୍ବରୁ ବିବାହ କରିଥିବା ୨ୟ ପତ୍ନୀ ଜାଣିବାକୁ ପାଇଥିଲେ । ଏନେଇ ସେ ଶାଶୂଘର ଲୋକଙ୍କୁ ପଚାରିଥିଲେ । ମାତ୍ର ଶାଶୂଘର ଲୋକ ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସିତାଂଶୁ ଫେରାର ହୋଇ ବାହାରେ ରହୁଛନ୍ତି । ତେବେ ଭରଣପୋଷଣର ଦାୟିତ୍ଵ ନନେଇ ବିନା ଡିଭୋର୍ସରେ କିପରି ଆଉ ଜଣଙ୍କୁ ବିବାହ କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ । ଗୁରୁବାର ଦୁଇ ପତ୍ନୀ ଏସ୍ପି କାର୍ଯ୍ୟାଳୟକୁ ଆସି ସିତାଂଶୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହି ଦୁଇ ମହିଳାଙ୍କ ବ୍ୟତୀତ ସିତାଂଶୁ ଏବେ ଆଉ ଜଣେ ଯୁବତୀଙ୍କୁ ବିବାହ ପାଇଁ ଉଦ୍ୟମ କରୁଥିବା ୨ୟ ପତ୍ନୀ ଅଭିଯୋଗ କରିଛନ୍ତି ।
