ଦୁଇ ହାର୍ଡକୋର ମାଓବାଦୀଙ୍କ ଥାନାରେ ହେଲା ବିବାହ
ଛତିଶଗଡ଼ ମାଓ ପ୍ରଭାବିତ କାଙ୍କେର ଜିଲ୍ଲାର ପାଖଞ୍ଜୁରରୁ ଆସିଛି ଏକ ବିରଳ ଦୃଶ୍ୟ | ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଏବେ ଥାନାରେ କରିଛନ୍ତି ବିବାହ। ବେକରେ ବରଣମାଳା ପଡିଛି ଆଉ ପୂରା ଧୂମଧାମ୍ ରେ ହୋଇଛି ବାହାଘର । ସାଗର ଡିର୍ଡୋ ଓ ସଚିଲା ମାଣ୍ଡାଭି ସାତ ଜନମର ସାଥୀ ହୋଇ ଚାଲିବାର ନିଷ୍ପତ୍ତି ନେଇଛନ୍ତି। ହିସାଂର ବାଟ ଧରୁଥିବା ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବାର୍ତ୍ତା ବି ଦେଇଛନ୍ତି । ବୈଦିକ ରୀତିନୀତିରେ ପଡିଥିଲା ହାତଗଣ୍ଠି । ବିବାହ ମଣ୍ଡପ ପାଲଟିଥିଲା ପାଖଞ୍ଜୁର ପୋଲିସ ପୋଷ୍ଟ । ସେପଟେ ଏପରି ବିବାହକୁ ନେଇ ସବୁଠି ମିଳିଛି ବାବାବା । ଷ୍ଟେସନ ଇନଚାର୍ଜଙ୍କଠାରୁ ସ୍ଥାନୀୟ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ବାରି ହୋଇପଡୁଥିଲା ଖୁସି ଓ ଆନନ୍ଦର ପରିଭାଷା । ପଖାଞ୍ଜୁର ପୋଲିସ ଷ୍ଟେସନ କେବଳ ଆଇନ ଶୃଙ୍ଖଳାର କେନ୍ଦ୍ର ନୁହେଁ । ବରଂ ନୂତନ କାହାଣୀର ଜନ୍ମସ୍ଥାନ ଥିଲା ବୋଲି ଚର୍ଚ୍ଚା ହେଉଛି ।
