ଦୁନିଆର ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍; ୨.୦୮ କୋଟି ଟଙ୍କାରେ ନିଲାମ
ଆନ୍ଧ୍ର ପ୍ରଦେଶର ଜଣେ କ୍ରେତା ସମ୍ପ୍ରତି ୨.୦୮ କୋଟି ଟଙ୍କାରେ ‘DDC 001’ ନମ୍ବର ପ୍ଲେଟ୍ କିଣି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଯାହା ଏହାକୁ ଭାରତୀୟ ଅଟୋମୋବାଇଲ୍ ଇତିହାସରେ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ କରିଛି।ବିଗ୍ ବୟ ଟଏଡ୍ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨,୦୮ କୋଟି ଟଙ୍କା ନିଲାମ ଡାକିଥିଲେ। ଏଥିସହିତ ‘ଡିଡିସି c୦୦୧’ ନମ୍ବର ପ୍ଲେଟ୍ ଭାରତରେ ଅଦ୍ୟାବଧି ନିଲାମ ହୋଇଥିବା ସବୁଠୁ ମହଙ୍ଗା ପଞ୍ଜିକୃତ ପ୍ଲେଟ୍ ହୋଇଛି । ଜତିନ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ସଂଗ୍ରାହକ ଏବେ କେବଳ କାର ନୁହେଁ, ଏହା ସହ ଜଡ଼ିତ ଦୁର୍ଲଭ ଓ ମୂଲ୍ୟବନ ଉପକରଣ ପ୍ରତି ମଧ୍ୟ ରୁଚି ଦେଖାଇଛନ୍ତି ।
