ଦୁବାଇ ଗଲା ବଲାଙ୍ଗୀରର ଉତ୍ପାଦିତ ଡ୍ରାଗନ ଫ୍ରୁଟ୍ ।

ଦୁବାଇ ଗଲା ଡ୍ରାଗନ୍‌ ଫ୍ରୁଟ୍‌ । ଓଡିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଗଲା ଡ୍ରାଗନ୍‌ ଫ୍ରୁଟ୍‌ । ବିଦେଶକୁ ରପ୍ତାନୀ ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଲାଙ୍ଗୀର ଓ ପାଟଣାଗଡ଼ ଚାଷ ଜମିରୁ ଉତ୍ପାଦିତ ହୋଇଥିବା ଫଳକୁ ପଠାଯାଇଛି । ୩ ବର୍ଷ ତଳୁ କନକ ବର୍ଦ୍ଧନ ଏହି ଫଳ ଚାଷ କରୁଥିବା କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ସପୂର୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଇଛି । ୨୦୨୧ରୁ ଆରମ୍ଭ ହୋଇ ଏପର୍ୟ୍ୟନ୍ତ ଚାଲିଛି । ଇଣ୍ଟରନେଟ୍ ମାଧ୍ୟମରେ ଏହି ଚାଷ ପଦ୍ଧତି ମଧ୍ୟ ଜାଣିବାକୁ ପାଇଥିଲେ ବୋଲି କୃଷିମନ୍ତ୍ରୀ କହିଛନ୍ତି । ଏହି ବର୍ଷ ୬୦ କୁଇଣ୍ଟାଲ ଫଳ ବାହାରିଛି ।ତେବେ କନକବର୍ଦ୍ଧନ ସିଂହଦେଓ ୭ ଏକର ଜମିରେ ଚାଷ କରିଛନ୍ତି ।