ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି,ଦିନ ୨ଟା ପରେ ଏନଏଚରେ ଭାରିଯାନ ମନା

ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଟ୍ବିନସିଟି କଟକ-ଭୁବନେଶ୍ୱର ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି । ଦିନ ୨ଟା ପରେ ଏନଏଚରେ ଭାରିଯାନ ମନା । ଖୋର୍ଦ୍ଧା ଓ କଟକ ପଟୁ ଭାରିଯାନ ଆସିବା ବାରଣ କଲେ ଟ୍ରାଫିକ ଡିସିପି । ଦିନ ୨ଟା ପରଠାରୁ ନିର୍ଦ୍ଧିଷ୍ଠ କେତେକ ରୁଟରେ ଗଡିବନି ଆମ ବସ । ପାର୍କିଂ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡି ରଖିଲେ ଉଠାଇ ନେବ ପୋଲିସ । ମଣ୍ଡପ ଆଗରେ ଗାଡି ରଖି ଦର୍ଶନ କଲେ ପୋଲିସ କାଟିବ ଫାଇନ । ଭିଡ ଉପରେ ଦୃଷ୍ଟି ଦେଇ ପୂଜା ବୁଲିବା ଯୋଜନା କରନ୍ତୁ ।