ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା
ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଗଏଲପିଟା ନିକଟରେ ଥିବା ଏକ କପା କିଆରିରେ ବୁଧବାର ସକାଳେ ଜନୈକା ଯୁବତୀଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। । ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି।ପାଖରେ ପଡ଼ିଛି ଲୁଗା, ମହିଳାଙ୍କ ମୁହଁ ପୋଡିଥିବାରୁ ସନ୍ଦେହ ବଢ଼ିଲା ।ଏହି ଖବର ଏବେ ଦେଓଗାଁ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାକୁ ଆଧାର କରି ପୋଲିସ ଏବେ ତନାଘନା ଚଳାଇଥିବା ଜଣାପଡ଼ିଛି।
