ଦେଢ଼ ବର୍ଷ ପରେ ଆସିଲା ଏନ୍‌ସିଆର୍‌ବି ରିପୋର୍ଟ

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ତେବେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ପକାଇଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ ୪% ବୃଦ୍ଧି ଦର୍ଶାଇଛି । ଦ୍ୱିତୀୟ ସ୍ଥାନରେ ବିହାର । ଏଠାରେ ପ୍ରତି ୧ ଲକ୍ଷରେ ୧୨୭୩ ଜଣ ବିଭିନ୍ନ ଅପରାଧର ଶିକାର ହୋଇଥିଲେ । ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ରହିଛି । ଏଠାରେ ପ୍ରତି ୧ ଲକ୍ଷ ଲୋକରେ ୧୨୬୭ ଜଣ ଅପରାଧର ଶିକାର ହୋଇଥିଲେ । ଚତୁର୍ଥରେ ପଶ୍ଚିମବଙ୍ଗ, ପଞ୍ଚମରେ ମଧ୍ୟପ୍ରଦେଶ, ଷଷ୍ଠରେ ତାମିଲନାଡୁ, ସପ୍ତମରେ ବିହାର, ଅଷ୍ଟମରେ ରାଜସ୍ଥାନ, ନବମରେ ହରିଆଣା, ଦଶମରେ କର୍ଣ୍ଣାଟକ ରହିଛି । ରାଜ୍ୟରେ ସମ୍ପୂର୍ଣ୍ଣ ଆଇପିସି ଅଧୀନରେ ରେଜିଷ୍ଟର୍‌ ହୋଇଥିବା ଅପରାଧ ୧,୭୦,୦୨୨ଟି, ଯାହା ୨୦୨୨ର ୧,୪୩,୪୧୪ରୁ ୧୮.୭% ବୃଦ୍ଧି। ମହିଳାଙ୍କ ବିରୋଧରେ ୨୫,୯୧୪ ଓ ଶିଶୁମାନଙ୍କ ବିରୋଧରେ ୮,୫୭୭ଟି ଅପରାଧ ରିପୋର୍ଟ୍‌ ହୋଇଛି, ଯାହା ଆଗର ବର୍ଷରୁ ୯.୬% ଓ ୪.୧% ବୃଦ୍ଧି। ରାଜ୍ୟ ଆୟାବହିର୍ଭୁତ ସମ୍ପତ୍ତି (ଡିଏ) ମାମଲାରେ ୮୫ଟି କେସ୍‌ ସହ ପ୍ରଥମ, କର୍ଣ୍ଣାଟକ (୮୪) ଦ୍ୱିତୀୟ।

ତେବେ ହତ୍ୟା ଓ ବଳାତ୍କାର ହ୍ରାସ ଦେଖିବାକୁ ମିଳିଛି। ୨୦୨୨ର ୧,୩୭୯ ହତ୍ୟା ଓ ୧,୪୬୪ ବଳାତ୍କାର କେସ୍‌ରୁ ୨୦୨୩ରେ ୧,୩୬୨ ଓ ୧,୧୯୫ଟି ହତ୍ୟାକାଣ୍ଡ ଘଟିଛି, ଯାହା ୧. ୮% ଓ ୧୮.୪% ହ୍ରାସ ପାଇଛି। ସୂଚନାଯୋଗ୍ୟ, ୨୦୨୩ ମସିହାର ଏନ୍‌ସିଆରବିର ରିପୋର୍ଟ ୨୦୨୪ରେ ପ୍ରକାଶ ପାଇବା କଥା । ମାତ୍ର ଏହା ୨୦୨୫ ସେପ୍ଟେମ୍ବର ଶେଷରେ ପ୍ରକାଶ ପାଇଛି । ୨୦୨୪ର ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।