ଦେଶବାସୀଙ୍କୁ ଶାରଦୀୟ ନବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ଦେଶବାସୀଙ୍କୁ ଶାରଦୀୟ ନବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏକ୍ସ ପୋଷ୍ଟ କରି କହିଛନ୍ତି, ଆପଣଙ୍କ ସମସ୍ତଙ୍କୁ ନବରାତ୍ରିର ଶୁଭକାମନା । ସାହସ, ସଂଯମ ଏବଂ ସଂକଳ୍ପର ଭକ୍ତିଭାବରେ ଭରା ପବିତ୍ର ପର୍ବରେ ସମସ୍ତଙ୍କୁ ଜୀବନରେ ନୂଆ ଶକ୍ତି ଏବଂ ନୂଆ ବିଶ୍ବାସ ମିଳୁ । ଜୟ ମାତା ଦି ।
