ଦେଶରେ ପ୍ରଥମ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ

ପ୍ରତିବର୍ଷ ଡେଙ୍ଗୁ ଦ୍ୱାରା ଦେଶରେ ବହୁତ କ୍ଷତି ଘଟିଥାଏ। ବର୍ଷା ପରେ ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ, ଯାହା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟେ। କିନ୍ତୁ ଏବେ ଏହି ମହାମାରୀକୁ ରୋକିବା ପାଇଁ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ ଦେଇଛି DCGI । ୪ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନେଇପାରିବେ ଟିକା । ଡେଙ୍ଗୁରୁ ମୁକ୍ତି ପାଇଁ ଏହି ଟିକା ପ୍ରସ୍ତୁତ କରିଛି ଟେକେଡା ବାୟୋ ଫାର୍ମାସ୍ୟୁଟିକାଲ୍ସ । ପୂର୍ବରୁ ଏହି ଟିକାର ସୁପାରିସ୍ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ ତାହା ଜାଣିବା ଦରକାର ନାହିଁ । ଏହି ଭ୍ୟାକ୍ସିନର ଦୁଇଟି ଡୋଜ୍ ରହିଛି । ପ୍ରଥମ ଡୋଜ୍ର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ପୂର୍ବରୁ ‘QDENGA’କୁ ୪୩ଟି ଦେଶ ମଞ୍ଜୁରୀ ଦେଇ ସାରିଛି । ସାରା ବିଶ୍ବରେ ୩୨ ନିୟୁତ ଡୋଜ୍ ‘QDENGA’ ଦିଆସରିଛି । ‘ଟକେଡା ବାୟୋଫାର୍ମାସିଟିକାଲ୍ସ’ ପ୍ରସ୍ତୁତ କରିଛି ‘QDENGA’ ଭ୍ୟାକ୍ସିନ୍ ।କମ୍ପାନୀ କହିଛି ଯେ, ଏହି ଅନୁମୋଦନ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଡେଙ୍ଗୁ ମାମଲା ୧୧ ଗୁଣ ବୃଦ୍ଧି ପାଇଛି। ଏହି ଟିକା ବିକଶିତ କରିବା ପାଇଁ ଜାପାନୀ କମ୍ପାନୀ ଟକେଡା ଫାର୍ମାସିଟିକାଲ ୨୦୨୪ରେ ଭାରତୀୟ ଟିକା କମ୍ପାନୀ ବାୟୋଲୋଜିକାଲ E ସହିତ ସହଭାଗୀ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ବାୟୋଲୋଜିକାଲ E ବାର୍ଷିକ ୫୦ ନିୟୁତ ଡୋଜ ଉତ୍ପାଦନ କରିବାର କ୍ଷମତା ବିକଶିତ କରିବ |୪ ପ୍ରକାର ଡେଙ୍କୁ ବିରୋଧରେ ଲଢିବାକୁ ଡିଜାଇନ୍ ହୋଇଛି ଏହି ଟିକା । କମ୍ପାନୀ ଅନୁଯାୟୀ, QDENGA ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସ୍ତରରେ ଗବେଷଣା କରାଯାଇଛି । କମ୍ପାନୀ ଅନୁଯାୟୀ, ଏହି ଟିକା ଏପର୍ଯ୍ୟନ୍ତ ୨୮୦୦୦ରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କ୍ଲିନିକାଲ୍ ପରୀକ୍ଷଣରେ, ଦ୍ୱିତୀୟ ଡୋଜ୍ ପରେ 12 ମାସ ପରେ ଡେଙ୍ଗୁକୁ ରୋକିବାରେ ଏହା ୮୦.୨% ପ୍ରଭାବଶାଳୀ ବୋଲି ଜଣାପଡିଥିଲା। ଏହା ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ବିପଦରୁ ୯୦ ପ୍ରତିଶତ ହ୍ରାସ କରିବାରେ ସଫଳ ହୋଇଛି ।