ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀକୁ ଚିହ୍ନଟ ପରେ ସତର୍କ ସରକାର

ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍‌ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି। ଆଫ୍ରିକା ପରେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମଙ୍କିପକ୍ସ ଭାରତର ଚିନ୍ତା ବଢାଇ ଦେଇଛି । ଦିଲ୍ଲୀରେ ବିଦେଶ ଫେରନ୍ତା ଜଣେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ କଣ୍ଟାକ୍ଟ ଟ୍ରେସିଂ, ସ୍କ୍ରିନିଂ ଓ ଟ୍ରାଭେଲ ହିଷ୍ଟ୍ରି ଉପରେ ଗୁରୁତ୍ୱ ଦିଆଯାଉଛି ।

ସ୍ଥିତିକୁ ଆଖିରେ ରଖି କରୋନା ଭଳି ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । ସେହିପରି ଉଭୟ ସନ୍ଦିଗ୍ଧ ଏବଂ ଚିହ୍ନଟ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଲୋକଙ୍କ ମଧ୍ୟରେ କୌଣସି ପ୍ରକାର ଅହେତୁକ ଆତଙ୍କ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା, ଆବଶ୍ୟକ ଲଜିଷ୍ଟିକ୍ସ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ଆଦିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ମଙ୍କିପକ୍ସକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମଙ୍କି ପକ୍ସକୁ ନେଇ ଭୟଭୀତ ନହୋଇ ସତର୍କ ରିହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।