ଦେଶୀ ରନ୍ଧା ମଦ ଜବତ ଘଟଣାରେ ତିନି ଜଣକୁ ଗିରଫ ସହ କୋର୍ଟ ଚାଲାଣ
ଟାଙ୍ଗୀ – ଚୌଦ୍ୱାର ( )କଟକ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ କାଳୀ ପୂଜା କୁ ଦୂର୍ଷ୍ଟିରେ ରଖି ଅବକାରୀ ସୁପେରିଣ୍ଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ ରେ ଚୌଦ୍ଵାର ଅବକାରୀ ଥାନା ତରଫରୁ ଟାଙ୍ଗୀ ଥାନା ଅଞ୍ଚଳ ରେ ଜୋର୍ ଯାର ଚଢ଼ାଉ ହୋଇ ଥିଲା। ଏହି ପରିପ୍ରେକ୍ଷୀ ରେ ଟାଙ୍ଗୀ , ଭଗତପୁର, ଭଟିମୁଣ୍ଡା, ସପନପୁର ଆଦି ଅଞ୍ଚଳରେ ଚଢାଉ କରି ବିଫୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରାଯାଇଛି l ତାହା ସହିତ ତିନି ଜଣ ଗରୁଡ଼ ଗାଁ ଅଂଚଳ ସନାତନ ସାମଲ,ଭଟିମୁଣ୍ଡା ର କୁନୀଆ ମଲିକ,ଭଗତପୁର ବଡ଼ପୋଖରୀ ର ଚନ୍ଦ୍ରମଣି ଛତାର, କହେଁଇପୁର ର ଜୟରାମ ରାଉତ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି l ଏହି ଚଢ଼ାଉରେ 120.0 ଲିଟର ଦେଶି ମହୁଲି ମଦ ସହିତ ଏକ ଆକ୍ଟିଭା ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ମାନସୀ ନାୟକ, ବିପିନ ବିହାରୀ ସହୁ, ଆଶୁତୋଷ ଜେନା, ସୁନିଲ ବଳ, ରାଜକୃଷ୍ଣ ବିଶ୍ଵାଳ, ଲକ୍ଷ୍ମଣ ବେହେରା ଆଦି ସାମିଲ୍ ରହିଥିଲେ l ଏହି ଚଢ଼ାଉ ଆଗକୁ ଜାରି ରହିବ ବୋଲି ଇନ୍ସପେକ୍ଟର ଙ୍କ ତରଫରୁ ସୂଚନା ମିଳିଥିବାର ଜଣାପଡିଛି ।
