ଦୋଳଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଗଣିଆ,( ବିଶ୍ୱରଂଜନ ସେଠି) ଶନିବାର ଅପରାହ୍ନରେ ଗଣିଆ ଗ୍ରାମ କଳାପାଟ ମନ୍ଦିର ପରିସରରେ ଚଳିତ ବର୍ଷ ପାଇଁ ଆୟୋଜନ ହେବାକୁଥିବା ଚାରିଦୋଳ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରପଂଚ ଗିରିଧାରୀ ସେଠୀଙ୍କ ଅଧ୍ୟକ୍ଷତାରେ ପଂଚାୟତର ସମସ୍ତ ୱାର୍ଡ଼ସଭ୍ୟସଭ୍ୟା ଓ ଗ୍ରାମର ରାଜ କିଶୋର ମିଶ୍ର, ପ୍ରଦୀପ ମହାପାତ୍ର, ବାଉରୀବନ୍ଧୁ ବେହେରା, ଉଦ୍ୟନାଥ ସାହୁ, ସନ୍ତୋଷ କୁମାର ବେହେରା, ପ୍ରସାନ୍ତ କୁମାର ଷଡ଼ଙ୍ଗୀ, ପୁର୍ଣ୍ଣଚନ୍ଦ୍ର ବେହେରା, ବ୍ରଜକିଶୋର ସାହୁ, ଭୋଳେଶ୍ୱର ମାହୁନ୍ତ, ଚର୍ତୁଭୁଜ ବେହେରା, ଦେବାନନ୍ଦ ମିଶ୍ର, ପ୍ରଫୁଲ ଅମାୟନ୍ତ, ସନ୍ତୋଷ କୁମାର ରାଉତ, ଚିତରଂଜନ ସାହୁ, ବୈକୁଣ୍ଠନାଥ ପଣ୍ଡା, ଚନ୍ଦ୍ରଶେଖର ଦାଶ, ଅଜୟ କୁମାର ସେଠିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଜନସାଧାରଣମାନେ ଉପସ୍ଥିତ ଥିଲେ । ଧୁମଧାମରେ ପାଳନ କରିବାକୁ ସରପଂଚ ଉକ୍ତ ବୈଠକରେ ମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ୭ତାରିଖ ଶନିବାର ଚାରିଦୋଳ ଉତ୍ସବ ପଡ଼ୁଥିବାରୁ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଲୋକ ଉକ୍ତ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସରପଂଚ ନିବେଦନ କରିଥିଲେ । ଉକ୍ତ ଉତ୍ସବ ନିମନ୍ତେ ଗଣିଆ ବ୍ଳକର ରାଉତପଡ଼ା ସ୍ଥିତପ୍ରସିଦ୍ଧ ଶୈବ ପୀଠ ଭୋଳେଶ୍ୱର ମହାଦେବଙ୍କୁ ବରଣ କରାଯିବା ସହିତ ଗଣିଆ ବିରାଜିତ ଲିଙ୍ଗରାଜ, ଗୋପୀନାଥ, ଜଗନ୍ନାଥ ଓ ରଘୁନାଥ ଠାକୁରଙ୍କୁ ଏକ ଶୋଭାଯାତ୍ରାରେ ଗଣିଆ ଗୋପାଳ ସମାଜ ଦ୍ୱାରା ଲଉଡ଼ି ଖେଳର ତାଳେ ତାଳେ ମେଳଣ ପଡ଼ିଆକୁ ପାଛୋଟି ଆଣିବାକୁ ନିଷ୍ପତି ନିଅଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମଭାବେ ଆଡଭାନ୍ସ ଟ୍ୟୁଟୋରିଆଲ ତରଫରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବା ସହିତ ରାତିରେ ରାମ ନାଟକ ପରିବେଷଣ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ହୋଇଥିଲା ।
