ଦୟାନିଧି ସାହୁ ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପକଟକ ଚମ୍ପିଆନ

ଗଣିଆ, (ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ା ପାଟଣାର ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧି ସାହୁ ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପ ସ୍ଥାନୀୟ ଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ବୁଧବାର ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ମ୍ୟାଚ ତଥା ଫାଇନାଲ ମ୍ୟାଚରେ ବିଏନସିସି, କଟକ କ୍ରିକେଟ ଟିମ ଓ ମେଣ୍ଢାଶାଳ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣମେଂଟର ଫାଇନାଲ ଦିବସରେ ବିଏନସିସି, କଟକ କ୍ରିକେଟ ଟିମ ଟସ ଉଇନ କରି ଫିଲଡିଂ କରିବାର ନିଷ୍ପତ୍‌ି ନେଇଥିଲା । ଫଳରେ ମେଣ୍ଢାଶାଳ କ୍ରିକେଟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୨୯୭ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ବିଏନସିସି, କଟକ କ୍ରିକେଟ କ୍ଳବ ୨୦ ଓଭରରେ ୬ ଉଇକେଟ ହରାଇ ୩୦୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ମେଣ୍ଢାଶାଳ କ୍ରିକେଟ କ୍ଳବକୁ ପରାଜିତ କରି ବିଏନସିସି, କଟକ କ୍ରିକେଟ କ୍ଳବ ଚମ୍ପିଆନ ହୋଇଥିଲା । କଟକ ଟିମର ମୃତ୍ୟୁଞ୍ଜୟ ମାନସିଂ ୪୩ ବଲରେ ୧୧୬ ରନ କରିବା ସହିତ ମୋଟ ଟୁର୍ଣ୍ଣାମେଂଟର ୮୬ବଲରେ ୨୫୦କରିଥିବାରୁୁ ତାଙ୍କୁ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସରିଜ ଘୋଷିତ କରାଯାଇଥିଲା । ମେଣ୍ଢାଶାଳ କ୍ରିକେଟ ଟିମର ସୁନିଲ ସାହୁଙ୍କୁ ଷ୍ଟାଇଲସି ବ୍ୟଟ୍ସମ୍ୟାନଭାବେ ପୁରସ୍କୃତ କରାଯାଇଥିଲା ।

ଆଜିର ଉଦାଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲା ପରିଷଦ ସଭ୍ୟ ନରେଶ ବେହେରା, ପୁର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ଉପାଧ୍ୟକ୍ଷ ରାଜ କିଶୋର ସାହୁ, ଡାକ୍ତର ଜିତେନ କୁମାର ଜେନା, ଗ୍ରାମ୍ୟ କମିଟିର ଉପସଭାପତି ରଘୁନାଥ ମହାପାତ୍ର, ସମ୍ପାଦକ ରଂଜନ କୁମାର ଭୋଳ, ଓ କୋଷାଧ୍ୟକ୍ଷ ପ୍ରଫୁଲ କୁମାର ମହାରଣା ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଚମ୍ପିଆନ ଟିମକୁ ଟ୍ରଫି ସହିତ ଟ.୩୧୦୦୦/- ନଗଦ ରାଶି ଓ ରନର୍ସଅପ ଟିମକୁ ଟ.୨୧୦୦୦/- ନଗଦ ରାଶି ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ସମୀର କୁମାର ମହାପତ୍ର ଓ ତ୍ରିଲୋଚନ ବସ୍ତି ପରିଚାଳନା କରିଥିଲେ ।