ଦୟାନିଧି ସାହୁ, ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପସେମିରେ କଟକ

ଗଣିଆ(, ବିଶ୍ୱରଂଜନ ସେଠି.) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ା ପାଟଣାର ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧି ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ କପ ସ୍ଥାନୀୟ ଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ଗୁରୁବାର ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ସୁକାନ୍ତ କୁମାର ଗଣ୍ଠିଆ ଓ ସମ୍ମାନିତ ଅତିଥିଭାବେ ବେଲପଡ଼ାପାଟଣା ଗ୍ରାମ ସଭାପତି ମହାଦେବ ମହାରଣା ଯୋଗଦାନ କରି ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଟୁର୍ଣ୍ଣମେଂଟର ପ୍ରଥମ ଦିବସରେ ବି.ଏନ.ସି.ସି କଟକ ବନାମ ନିହାର-୧୧ କ୍ରିକେଟ କ୍ଳବ, କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବି.ଏନ.ସି.ସି କଟକ ଟସ ଉଇନ କରି ବ୍ୟାଟିଂ କରିବାର ନିଷ୍ପତ୍‌ି ନେଇ ନିର୍ଦ୍ଧାରିତ ୧୮ ଓଭରରେ ୫ ଉଇକେଟ ହରାଇ ୨୭୭ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ନିହାର-୧୧ କ୍ରିକେଟ କ୍ଳବ, କଟକ ୧୩ ଓଭରରେ ସମସ୍ତ ଉଇକେଟ ହରାଇ ୧୬୫ରନ ସଂଗ୍ରହ କରି ପରାଜିତ ହୋଇଥିଲା । ବି.ଏନ.ସି.ସି କଟକର ସୁଶାନ୍ତ ପଣ୍ଡା ଧୁଆଁଧର ବ୍ୟାଟିଂ କରି ୪୧ବଲରେ ୧୦୪କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଆଜିର ମ୍ୟାଚକୁ ତ୍ରିଲୋଚନ ବସ୍ତି ଓ ସମୀର କୁମାର ମହାପାତ୍ର ପରିଚାଳନା କରିଥିଲେ । ଆସନ୍ତାକାଲି ଆୟୋଜକ ମହାବୀର କ୍ରିକେଟ କ୍ଳବ, ବେଳପଡ଼ାପାଟଣା ଓ ମାଜେଷ୍ଟିି କ୍ରିକେଟ କ୍ଳବ, ଆଠଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ଟିମ ପକ୍ଷରୁ ସୁଚନା ମିଳିଛି ।