ଦୟାନିଧି ସାହୁ, ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପବେଲପଡ଼ା କୁ ହରାଇ ଆଠଗଡ଼ ସେମୀରେ

ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ା ପାଟଣାର ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧି ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପ ସ୍ଥାନୀୟ ଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ଦ୍ବିତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପବିତ୍ର କୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ପ୍ରତାପ କୁମାର ସାହୁ ଯୋଗଦାନ କରି ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଟୁର୍ଣ୍ଣମେଂଟର ଦ୍ବିତୀୟ ଦିନରେ ଏମ. ସି.ସି. ବି. ବେଲପଡ଼ା ପାଟଣା ନୟାଗଡ଼ ବନାମ ମାଜିଷ୍ଟ୍ରିକ କ୍ରିକେଟ କ୍ଳବ, ଆଠଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।

ଏମ ସି.ସି ବେଲପଡ଼ାପାଟଣା ଟସ ଉଇନ କରି ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୮ ଓଭରରେ ୮ ଉଇକେଟ ହରାଇ ୧୩୨ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରମାଜିଷ୍ଟ୍ରିକ୍ କ୍ରିକେଟ କ୍ଳବ, ଆଠଗଡ଼ ୧୩.୪ ଓଭରରେ ୬ ଉଇକେଟ ହରାଇ ୧୩୬ରନ କରି ବିଜୟୀ ହୋଇଥିଲା । ମାଜିଷ୍ଟ୍ରେଟ ଆଠଗଡ଼ର ପ୍ରମି ବର୍ମା ୨୦ ବଲରେ ୫୧ ରନ୍ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଆଜିର ମ୍ୟାଚକୁ ତ୍ରିଲୋଚନ ବସ୍ତି ଓ ସମୀର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଖେଳ ଶିକ୍ଷକ ବିଶ୍ୱରଂଜନ ସାହୁ ସମାପନ କରିଥିଲେ ।ଆସନ୍ତାକାଲି ତୃତୀୟ ଦିନରେ ମେଣ୍ଢାଶାଳ କ୍ରିକେଟ କ୍ଳବ ଖୋର୍ଦ୍ଧା ବନାମ ଓ ପାଞ୍ଚଙ୍ଗା କ୍ରିକେଟ କ୍ଳବ, ଆଠଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ଟିମ ପକ୍ଷରୁ ସୁଚନା ମିଳିଛି ।