ଦୟାନିଧି ସାହୁ, ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପର ୩ୟ ଦିବସପାଂଚଗାଁକୁ ହରାଇ ମେଣ୍ଢାଶାଳ ସେ.ମି. ଫାଇନାଲରେ
ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ା ପାଟଣାର ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧି ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପର ୩ୟ ଦିବସରେ ଇଗଲ ସ୍ପୋର୍ଟି କ୍ଳବ ମେଣ୍ଢାଶାଳ ଓ ୱାଇଏସସିସି, ପାଂଚଗାଁ ମଧ୍ୟରେ ସ୍ଥାନୀୟ ଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ହୋଇଯାଇଛି । ଉକ୍ତ ମ୍ୟାଚରେ ଇଗଲ ସ୍ପୋର୍ଟି କ୍ଳବ ମେଣ୍ଢାଶାଳ ଟସ ଉଇନ କରି ବ୍ୟାଟିଂ କରିବାର ନିଷ୍ପତି ନେଇ ୨୦ ଓଭରରେ ୩ ଉଇକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ୱାଇଏସସିସି, ପାଂଚଗାଁ ୨୦ ଓଭରରେ ୭ଉଇକେଟ ହରାଇ ୨୭୯ ରନ କରି ୭୭ ରନରେ ପରାଜିତ ହୋଇଥିଲା । ୱାଇଏସସିସି, ପାଂଚଗାଁର ରିକି ବିଜୟ ଧୁଆଁଧାର ବ୍ୟାଟିଂ କରି ୪୮ବଲରେ ୧୦୫କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଆଜିର ୩ୟ ଦିବସ ଖେଳରେ ମୁଖ୍ୟ ଅତିଥିଭାବେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ମହାରଣା ଓ ସମ୍ମାନିତ ଅତିଥିଭାବେ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ସାହୁ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚକୁ ତ୍ରିଲୋଚନ ବସ୍ତି ଓ ସମୀର କୁମାର ମହାପାତ୍ର ପରିଚାଳନା କରିଥିଲେ । ଆସନ୍ତାକାଲିର ମ୍ୟାଚ ଖୋର୍ଦ୍ଧା ଓ ସୁକିନ୍ଦା କ୍ରିକେଟ କ୍ଳବ, ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବ ପକ୍ଷରୁ ସୁଚନା ମିଳିଛି ।
