ଦୟାନିଧି ସାହୁ, ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପର ୪ର୍ଥ ଦିବସସୁକିନ୍ଦାକୁ ହରାଇ ଖୋର୍ଦ୍ଧା ସେ.ମି. ଫାଇନାଲରେ
ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ା ପାଟଣାର ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧି ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପର ୪ର୍ଥ ଦିବସରେ ଖୋର୍ଦ୍ଧା ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଓ ବିଏସସି, ସୁକିନ୍ଦା, ଯାଜପୁର ମଧ୍ୟରେ ସ୍ଥାନୀୟ ଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ହୋଇଯାଇଛି । ଉକ୍ତ ମ୍ୟାଚରେ ଖୋର୍ଦ୍ଧା ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଟସ ଉଇନ କରି ବ୍ୟାଟିଂ କରିବାର ନିଷ୍ପତି ନେଇ ୨୦ ଓଭରରେ ୫ ଉଇକେଟ ହରାଇ ୩୬୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବିଏସସି, ସୁକିନ୍ଦା ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୨୧ ରନ କରି ୧୪୪ ରନରେ ପରାଜିତ ହୋଇଥିଲା । ଖୋର୍ଦ୍ଧା ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ର ସୌଭାଗ୍ୟ ଦାସ ଧୁଆଁଧାର ବ୍ୟାଟିଂ କରି ୨୪ବଲରେ ୮୫କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଆଜିର ୪ର୍ଥ ଦିବସ ଖେଳରେ ମୁଖ୍ୟ ଅତିଥିଭାବେ ଗଣିଆ ଥାନା ଏଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚକୁ ତ୍ରିଲୋଚନ ବସ୍ତି ଓ ସମୀର କୁମାର ମହାପାତ୍ର ପରିଚାଳନା କରିଥିଲେ । ଆସନ୍ତାକାଲିର ପ୍ରଥମ ସେ.ମି.ଫାଇନାଲରେ ମ୍ୟାଚ ଖୋର୍ଦ୍ଧା ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଓ ମେଣ୍ଢାଶାଳ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବ ପକ୍ଷରୁ ସୁଚନା ମିଳିଛି ।
