ଦୟାନିଧୂ ସାହୁ-ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପଆଠଗଡ଼କୁ ହରାଇ କଟକ ଫାଇନାଲରେ

ଗଣିଆ,ତା୨୯।୧୨(ପିଏନଏସ)
ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ା ପାଟଣାରଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧ୍ ଓ ସୁଦର୍ଶନ ସାହୁମେମୋରିଆଲ କ୍ରିକେଟ କପର ୨ୟ ସେମି
ଫାଇନାଲ ଦିବସରେ ବିଏନସିସି କଟକ ବନାମ ଏମସିସି ଆଠଗଡ଼ ମଧ୍ୟରେ ସ୍ଥାନୀୟଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ହୋଇଯାଇଛି । ଉକ୍ତ ମ୍ୟାଚରେ କଟକ ଟସଉଇନ କରି ଫିଲ୍ଡିଂ କରିବାର ନିଷ୍ପତି ନେଇଥିଲେ । ପ୍ରଥମେ ଆଠଗଡ଼ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୬.୧ ଓଭରରେ ସମସ୍ତ ଉଇକେଟ ହରାଇ ୨୦୦ରନ୍ କରିବାକୁ ସକ୍ଷମ ହୋଇଥିଲେ ।
ଏହାର ଜବାବରେ କଟକ ୧୩.୧ ଓଭରରେ ୩ୱିକେଟ ହରାଇ ୨୦୧ ରନକରିବିଜୟୀହୋଇଫାଇନାଲରେ ପ୍ରବେଶକରିଛି । ବିଏନସିସିର ମୃତ୍ୟୁଞ୍ଜୟ ମାନସିଂହ ୩୯ ବାଲରେ ଧୁଆଁଧାର ବ୍ୟାଟିଂକରି ୧୧୮ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା। ଖେଳରେ ମୁଖ୍ୟଅତିଥିଭାବେ କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି ଶରତ କୁମାର କରଯୋଗଦାନକରିଖେଳାଳୀମାନଙ୍କୁଉତ୍ସାହିତ କରିଥିଲେ । ଏହି ମ୍ୟାଚକୁ ଖେଳକୁ ପୂର୍ଣ୍ଚଚନ୍ଦ୍ର ସାହୁ ଓ ସମୀର କୁମାର ମହାପାତ୍ର ପରିଚାଳନାକରିଥିଲେ। ଆସନ୍ତାକାଲି ଫାଇନାଲମ୍ୟାଚ ମେଣ୍ଢାଶାଳ ଭୁବନେଶ୍ବର ଓ ବିଏନସିସି, କଟକ, ମଧ୍ୟରେଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବପକ୍ଷରୁ ସୂଚନା ମିଳିଛି ।