ଦ ବେଲ୍ ଓ ୟୁଥ୍ ହଷ୍ଟେଲ ,ପୁରୀ ତରଫରୁ ଆମ ସ୍ବାସ୍ଥ୍ୟ ଆମ ସମ୍ପତି କାର୍ଯ୍ୟକ୍ରମ

**ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦ ବେଲ୍ ଓ ୟୁଥ୍ ହଷ୍ଟେଲ ପୁରୀ ମିଳିତ ଆନୁକୁଲ୍ୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଆମ ସ୍ବାସ୍ଥ୍ୟ ଆମ ସମ୍ପତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଓ ପ୍ରଶିକ୍ଷକ ଭାବରେ ପତଞ୍ଜଳି ଯୋଗ ପିଠ ଟ୍ରଷ୍ଟ ,ହରିଦ୍ଵାର ଯୋଗ ପ୍ରଶିକ୍ଷକ ମୋନାଲିସା ଦାସ ଯୋଗ ଦେଇ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟମ ପ୍ରତ୍ୟହ ଅଭ୍ୟାସ କରିବା ଆବଶ୍ୟକ ବୋଲି କହିଥିଲେ।ଏହି ଯୋଗ ଶିବିରରେ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ,ଶିଶୁ ସମାଚାର , ଦ ମିରର,କ୍ଷେତ୍ର ମୋହନ ଫାଉଣ୍ଡେସନ,ଶ୍ରୀ ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟଭାରତ ଯୋଗ କେନ୍ଦ୍ର, ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ସହିତ ଏକ ଲବ୍ୟ ପାଠ ଶାଳା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇ ଥିଲେ।

ୟୁଥ୍ ହଷ୍ଟେଲ ପୁରୀ ୱାଡେନ ଶ୍ରୀ ଭାସ୍କର ମହାରଣା ଅତିଥି ଓ ଶିବିର ପ୍ରଶିକ୍ଷାତ୍ରୀ ଯୋଗ ଦିବସ ଟି ସାର୍ଟ ଓ ଉପଢ଼ୌକନ ପ୍ରଦାନ କରିଥିଲେ।ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଶିବିର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ବେଲ୍ ଓମେନ୍ସ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ।ଏହି ଅବସରରେ ଯୋଗୋ ଓ ପ୍ରାଣାୟମ ଉପକାରିତା ସମ୍ପର୍କିତ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ

You might also like