ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ-ରାଜସ୍ୱ ମନ୍ତ୍ରୀ  

ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ । ଏନେଇ ସରକାର ଯୋଜନା କରୁଥିବା କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ରହିଥିବା ବେଳେ ବୋନସ ବାବଦକୁ ୮ଶହ ଟଙ୍କା । ଏବେ ଧାନ କ୍ବିଣ୍ଟାଲ ଜଣେ ଚାଷୀ ୩୧ଶହ ଟଙ୍କା ମିଳୁଛି । ଫଳରେ ଅଧିକାଂଶ ଧାନ ଚାଷ ପାଇଁ ଆକୃଷ୍ଟ ହେଉଛି । ଯାହା ଅନ୍ୟ ଫସଲ ଯଥା ଡାରି ଜାତୀୟ ଫସଲ, ମକା, ପନିପରିବା ଆଦି ଫସଲ ଚାଷ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟ ଫସଲ ଚାଷ ପ୍ରତି ଧ୍ୟାନ ଦେଇଛନ୍ତି । ଅନ୍ୟନ୍ୟ ଫସଲ ଚାଷ କରିବାକୁ ଚାଷୀ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।