ଧାମରା ଅଭିମୁଖେ ଯାଉଥିବା ଟ୍ରକ ହେଲା ବାଟବଣା ! ଗୁଗଲ୍ ମ୍ୟାପ ଦେଖିବା ପଡ଼ିଲା ମହଙ୍ଗା
ଧୋକା ଦେଲା ଗୁଗଲ ମ୍ୟାପ ,ଗାଁକୁ ମାଡ଼ି ଗଲା ଟ୍ରକ। ଦୁର୍ଘଟଣାରେ ଭାଙ୍ଗିଲା ଘର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ।ସୌଭାଗ୍ୟବଶତଃ ଘର ବାହାରେ କେହି ନଥିବାରୁ ମୃତାହତ ହୋଇ ନାହାନ୍ତି ।
ସୂଚନା ଅନୁସାରେ, କଟକରୁ ଟ୍ରକ୍ ନେଇ ଧାମରା ଆଡ଼କୁ ଯାଉଥିଲେ ଡ୍ରାଇଭର୍ । ବାଟ ଜାଣି ନଥିବାରୁ ଗୁଗଲ୍ ମ୍ୟାପ୍ ଖୋଲିଲେ, ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଇ ବାଟେ ଯାଉ ଯାଉ ଗାଁ ଭିତରେ ଫସିଗଲେ ।ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଯାଉଥିବା ବେଳେ ଗୁଗଲ୍ ମ୍ୟାପ୍ ଦେଖି ଗାଁ ଭିତରକୁ ମାଡ଼ି ଯାଇଥିଲା ଟ୍ରକ୍ଟି । ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍ଟି ଫସିଯିବା ସହ ଧକ୍କା ଦେଇ ଘରର ସମ୍ମୁଖ ପଟ ଭାଙ୍ଗି ଦେଇଛି । କଟକରୁ ଭୋର୍ ସମୟରେ ଧାମରା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।
ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।
