ନକଭୀ ଏସିଆ କପ ଟ୍ରଫିକୁ ୟୁଏଇ କ୍ରିକେଟ ବୋର୍ଡକୁ ହସ୍ତାନ୍ତର କରିଛି
ଟ୍ରଫି ବିବାଦ ମଧ୍ୟରେ ଏସୀୟ କ୍ରିକେଟ ପରିଷଦ (ACC) ଏକ ବୈଠକ କରିଥିଲା। ACC ମୁଖ୍ୟ ମୋହସିନ ନକଭିଙ୍କୁ ଭର୍ତ୍ସନା କରିଥିଲା BCCI। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନକଭିଙ୍କୁ ଭର୍ତ୍ସନା କରିଥିଲେ। ତାଙ୍କୁ କ୍ଷମା ମାଗିବାକୁ ଏବଂ ଟ୍ରଫି ଫେରାଇବାକୁ ବାଧ୍ୟ କରିଥିଲେ। ଫାଇନାଲରେ ଭାରତ ଜିତିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିନଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଖେଳାଳି ପୂର୍ବରୁ ସ୍ପଷ୍ଟ କରିଥିଲେ କି, ନକଭୀଙ୍କ ଠାରୁ ଟ୍ରଫି ସ୍ବୀକାର କରିବେ ନାହିଁ ଆଉ ଟ୍ରଫି ଏମିରେଟସ କ୍ରିକେଟ ବୋର୍ଡର ଭାଇସ ଚେୟାରମ୍ୟାନଙ୍କ ହାତରୁ ନେବାକୁ ଦାବି କରିଥିଲା । କିନ୍ତୁ ନକଭୀ ଭାରତୀୟ ଟିମର ଏଭଳି ସର୍ତ୍ତକୁ ମାନିନଥିଲା । ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ ଜିତିବା ପରେ ୧ ଘଣ୍ଟା ପଡିଆରେ ଅପେକ୍ଷା କରିଥିଲେ । ଭାରତୀୟ ଖେଳାଳିଙ୍କ ଦାବି ପୂରଣ ନ ହେବାରୁ ସେମାନେ ଟ୍ରଫି ନ ନେଇ ଡ୍ରେସିଂ ରୁମକୁ ଫେରିଥିଲେ ।
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯଦି ଟ୍ରଫି ନେବାକୁ ଚାହୁଁଛନ୍ତି, ତେବେ ନିଜେ ଆସି ଟ୍ରଫି ନେଇଯାଆନ୍ତୁ ବୋଲି କହିଥିଲେ ନକଭୀ । ଯାହାପରେ ଅନେକ ବିବାଦ ଦେଖାଦେଇଥିଲା । ତେବେ ଏବେ ୟୁଏଇକୁ ଟ୍ରଫି ମିଳିବା ପରେ ଖୁବଶୀଘ୍ର ଭାରତକୁ ଟ୍ରଫି ମିଳିଯିବ ବୋଲି ଆଶା କରାଯାଉଛି ।
