ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ !

ଅଲଗା ହେବେ କି ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଅଭିଷେକ-ଐଶ୍ୱର୍ଯ୍ୟା । ଚର୍ଚ୍ଚାରେ ଏମାନଙ୍କ ଛାଡପତ୍ର ଖବର । ବାରମ୍ୱାର ଏନେଇ ଗସିପ୍‌ ହେଉଥିବାବେଳେ ଉଭୟ କିନ୍ତୁ ଏନେଇ ମୁହଁ ଖୋଲୁନାହାଁନ୍ତି । ପୂର୍ବରୁ ବି ଅନେକ ବାର ସେମାନଙ୍କ ଅଲଗା ହେବାର ଖବର ନଜର ଆସେ । ବଲିଉଡ୍‌ ଅଭିନେତ୍ରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବେ ସ୍ବାମୀ ତଥା ଶ୍ୱଶୁର ଘରଠାରୁ ଦୂରେଇ ଯାଇଛନ୍ତି ସେ। ଝିଅଙ୍କ ସହ ଅଲଗା ରହୁଛନ୍ତି। ନଣନ୍ଦଙ୍କ ଯୋଗୁ ଶାଶୁ ଜୟା ବଚ୍ଚନଙ୍କ ସହ ତାଙ୍କର ମନାନ୍ତର ହୋଇଥିଲା।

ସେବେଠାରୁ ସମ୍ପର୍କ ସୁଧୁରିବା ପରିବର୍ତ୍ତେ ବିଗୁଡ଼ୁଥିବା ଚର୍ଚ୍ଚା ଜୋର ଧରିଛି।ସୂଚନା ଥାଉକି, ନିଟକରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ବହୁ ବଲିଉଡ ସେଲିବ୍ରେଟି ସାମିଲ ହୋଇଥିଲେ । ଏହି ଉତ୍ସବରେ ବଲିଉଡ ସହ ବହୁ ଟଲିଉଡ୍ କଳାକାର ବି ଗ୍ରାଣ୍ଡ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ନିମନ୍ତ୍ରଣ ରଖି ସାମିଲ ହୋଇଥିଲେ ବଚ୍ଚନ ପରିବାର । ହେଲେ ସେତେବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ନଜର ଆସି ନ ଥିଲେ। ପରେ ମା’ଝିଅ ଏକାକି କ୍ୟାମେରାରେ ପୋଜ୍‌ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ସ୍ବାମୀଙ୍କ ସହ ତାଙ୍କ ମନାନ୍ତର କଥା ଉଠିଛି। ଏହାକୁ ନେଇ ଭଳିକି ଭଳି ପ୍ରତିକ୍ରିୟା ମିଳୁଛି।