ନବରାତ୍ରିର ଅଷ୍ଟମ ଦିନରେ କରନ୍ତୁ ମା’ ମହାଗୌରୀଙ୍କୁ ପୂଜା
ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା । ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଯାଇଥିଲା । ସେଥିପାଇଁ ତାଙ୍କ ନାମ ମା’ ଗୌରୀ । କୁହାଯାଏ କି ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ଏହାକୁ ପୂଜା କରିଥିଲେ ।ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ । ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ । ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି ।
ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ । ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ । ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ । ତା’ ପରେ ମନ୍ତ୍ର ଜପ କରନ୍ତୁ ।
