ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କୁ ପୂଜା
ନବରାତ୍ରିର ପ୍ରତ୍ୟେକ ଦିନ ଦେବୀ ମାତାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ, କିନ୍ତୁ ପ୍ରତ୍ୟେକ ଦିନ ଦେବୀଙ୍କ ଏକ ଭିନ୍ନ ରୂପକୁ ପୂଜା କରାଯାଏ। ତେଣୁ, ନବରାତ୍ରିର ପଞ୍ଚମ ଦିନରେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କ ରୂପ ହେଉଛି ସ୍କନ୍ଦମାତା। ଦେବୀଙ୍କ ଏହି ରୂପ ମାତୃତ୍ୱ, ଜ୍ଞାନ ଏବଂ ଶକ୍ତିର ପ୍ରତୀକ। ସ୍କନ୍ଦ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କୁ ବୁଝାଏ। ତାଙ୍କ ମାତା ହୋଇଥିବାରୁ, ଦେବୀଙ୍କ ଏହି ରୂପ ସ୍କନ୍ଦମାତା ଭାବରେ ପରିଚିତ ହେଲା। ତେଣୁ, ନବରାତ୍ରିର ପଞ୍ଚମ ଦିନରେ ତାଙ୍କର ପୂଜା କରିବା ଗୁରୁତ୍ୱପୂର୍ଣ୍ଣ। ପୁରାଣ ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା । ଏହା ଜାଣିବା ପରେ ମା ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ । ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବଧ କରିଥିଲେ । ମା’ ସିଂହ ଉପରେ ବସି କୋଳରେ ଭଗବାନ କାର୍ତ୍ତିକେୟଙ୍କୁ ଧରିଥାନ୍ତି । ଦେବୀଙ୍କର ଚାରି ଭୁଜାରେ ପଦ୍ମଫୁଲ ଶୋଭିତ ହୋଇଥାଏ । ଦେବୀ ସ୍କନ୍ଦମାତା ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ । ତେଣୁ ତାଙ୍କ ଚାରି ପାଖରେ ସୂର୍ଯ୍ୟ ରଶ୍ମୀ ଦେଖାଯାଇଥାଏ । ମା’ ସ୍କନ୍ଦମାତାଙ୍କୁ ପଦ୍ମାସନ ଦେବୀ ବୋଲି କୁହାଯାଏ ।
ନବରାତ୍ରିରେ ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ । ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା’ ଦୂର କରିଥାନ୍ତି । ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ ।
