ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କ ଉପାସନା
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା ।ନବରାତ୍ରୀର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମାଁ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମା’ ବହୁତ ଗୁଣବତୀ । ମା କାତ୍ୟାୟନୀ ଅମୋଘ ଫଳଦାୟିନୀ । ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି ।ପୌରାଣିକ କଥା ଅନୁଯାୟୀ, ଥରେ ମହର୍ଷି କାତ୍ୟାୟନ ସନ୍ତାନ ପ୍ରାପ୍ତି ପାଇଁ ଦେବୀ ଭଗବତୀଙ୍କ କଠୋର ତପସ୍ୟା କରିଥିଲେ । ମହର୍ଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଭଗବତୀ ତାଙ୍କୁ ସାକ୍ଷାତ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ ବରଦାନ ଦେଇଥିଲେ ଯେ ସେ ତାଙ୍କ ଘରେ ତାଙ୍କ ଝିଅ ରୂପେ ଜନ୍ମ ନେବେ । ଥରେ ମହିଷାସୁର ନାମକ ଏକ ରାକ୍ଷସର ଅତ୍ୟାଚାର ବହୁତ ବଢ଼ିଯାଇଥିଲା, ଯାହାଦ୍ୱାରା ଚାରିଆଡ଼େ ହାହାକାରର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ତ୍ରିଦେବ (ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର)ଙ୍କ ତେଜରୁ ଦେବୀ ଜନ୍ମ ନେଇଥିଲେ, ଯିଏ ମହର୍ଷି କାତ୍ୟାୟନଙ୍କ ଘରେ ଜନ୍ମଗ୍ରହଣ କରିଥିଲେ, ଯେଉଁ କାରଣରୁ ତାଙ୍କ ନାମ କାତ୍ୟାୟନୀ ପଡ଼ିଲା । ମା’ ରାଣୀଙ୍କ ଘରେ ଝିଅ ରୂପେ ଜନ୍ମ ନେବା ପରେ ଋଷି କାତ୍ୟାୟନ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିଥିରେ ମା’ କାତ୍ୟାୟନୀଙ୍କ ବିଧି-ବିଧାନରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ମା’ କାତ୍ୟାୟନୀ ଦଶମୀ ତିଥିରେ ମହିଷାସୁରର ବଧ କରିଥିଲେ, ତେଣୁ ତାଙ୍କୁ ମହିଷାସୁର ମର୍ଦ୍ଦିନୀ ନାମରେ ମଧ୍ୟ ଜଣାଗଲା ।ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ । ଆଜିର ଦିନରେ ମା କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମା ଉତ୍ତମ ଫଳ ପ୍ରଦାନ କରିଥାନ୍ତି ।ନବରାତ୍ରୀର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମା କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ । ଏହାପରେ କଳସ ଆଦି ପୂଜନ କରିବା ପରେ ମାଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜା-ଅର୍ଚ୍ଚନା କରନ୍ତୁ । ଏଥିସହ ପୂଜା ପରେ ମା କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ । ଏସବୁ ପରେ ମାଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ ।
