ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ
ଗଣିଆ, ବିଶ୍ୱରଞ୍ଜନ ସେଠି) ଜବାହାର ନବୋଦୟ ବିଦ୍ୟାଳୟ ସମିତି ତରଫରୁ ୬ଷ୍ଠ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା ଶନିବାରଦିନ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରୀକ୍ଷା ପାଇଁ ଗଣିଆ ବ୍ଳକର ମୋଟ ୧୭୮ଜଣ ଛାତ୍ରଛାତ୍ରୀ ଦରଖାସ୍ତ କରିଥିବା ବେଳେ ୧୪୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବାକି ୨୯ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ତତ୍ୱବଧାନରେ ଅନୁଷ୍ଠିତ ଉକ୍ତ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା ବେଳେ ପର୍ଯ୍ୟବେକ୍ଷକ ଭାବେ ଗଣିଆ ବ୍ଳକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ରାଉତରାୟ ଓ ନୟାଗଡ଼ ନବୋଦୟ ବିଦ୍ୟାଳୟର ସୁରେଶ ଚନ୍ଦ୍ର ନାୟକ ପରୀକ୍ଷା ପରିଦର୍ଶନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ
