ନଭେମ୍ବରରୁ ଆରମ୍ଭ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା 

ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା । ପର୍ୟ୍ୟାୟ କ୍ରମେ ଦିଆଯିବ ଆବାସ ଘର ।ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ । ଅନ୍ୟପଟେ ବିଜେପି ସରକାରରେ କୌଣସି ମିଥ୍ୟା ବିଲ୍ କିମ୍ବା ମିଥ୍ୟା ଟେଣ୍ଡର୍ ହୋଇପାରିବ ନାହିଁ। ଏଭଳି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଯଦି କିଛି ଘଟଣା ସାମ୍ନାକୁ ଆସେ, ବିଭାଗ ପଦକ୍ଷେପ ନେବ । କେହି ଧରା ପଡ଼ିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। । ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ନେଇ ସୂଚନା ଦେଇଛନ୍ତି ।