ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କେଲେ ସାଂସଦ ମୁନ୍ନା ଖାଁ

ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡିବୁନି। ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବନି । କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବା ।ବିଜେଡି ପ୍ରତିଷ୍ଠା ଦିବସରେ ମଞ୍ଚରେ ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟସଭା ସାଂସଦ ।ସେ କହିଛନ୍ତି, “ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର । ଆମ ନେତା ନବୀନ ପଟ୍ଟନାୟକ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢ଼ାଇଥିଲେ । କିନ୍ତୁ ତାହା ଏବେ ଆଉ ଚଳିବ ନାହିଁ । ଦୁଇ ମୁଣ୍ଡିଆଙ୍କୁ ଆମେ ଛାଡ଼ିବୁ ନାହିଁ । ଯାହା ହେବ ଦେଖାଯିବ । ଆମେ ବିଜୁ ବାବୁଙ୍କ ଫର୍ମୁଲା ପ୍ରୟୋଗ କରିବୁ । ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ପ୍ରଭାବ ଓ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଭିତରେ ମୁନା ଖାଁଙ୍କ ଏଭଳି ଚେତାବନୀ ବେଶ ଚର୍ଚ୍ଚାର ବିଷୟ ହୋଇଛି ।