ନାତି ମୃତ୍ୟୁ ଖବର ଶୁଣୁଶୁଣୁ ଟଳିପଡିଲେ ଜେଜେମା

ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା।ବଲାଙ୍ଗିର ଜିଲ୍ଲା ସୁକତେଲ ବିସ୍ଥାପିତ କଲୋନୀରେ ଦୁଃଖଦ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୁମନ ଖୁଆସ ବ୍ୟାଡମିଣ୍ଟନ ଖେଳିକି ଆସି ବାପା ସୁଧୀରଙ୍କ ସହ ଶୋଇଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ଦୁଇଟି ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ I ମଙ୍ଗଳବାର ଭୋର ସମୟରେ ସେ ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିଥିଲେ I ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଟଳିପଡ଼ିଥିଲେ ସୁମିତା । ଦୁଇ ଜଣଙ୍କ ମୃତ୍ୟୁ ପରେ ଏକାସାଙ୍ଗରେ ଜୁଇ ଜଳିଛି ।