ନାବାଳକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା ଏସି‌; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ରାଜଧାନୀ ଦିଲ୍ଲୀର କରୋଲବାଗ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟଛି । ତିନି ମହଲା ଛାତ ଉପରୁ ଏସସି ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଡିବିଜି ରୋଡ୍‌ ଡୋରିଓ୍ବାଲନ ଅଞ୍ଚଳରେ ଜଣେ ଯୁବକ ବାଇକରେ ବସି ନିଜ ସାଙ୍ଗ ସହିତ କଥା ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସତେ ଯେପରି ଆକାଶରୁ ମୃତ୍ୟୁ ଖସିଥିଲା ।

ମୃତ ଜିତେଶ ଦିଲ୍ଲୀର ଡୋରିୱାଲାରେ ରହୁଥିବା ବେଳେ ମୃତକଙ୍କ ସାଙ୍ଗ ପ୍ରଂଶୁ ପଟେଲ ନଗରରେ ବସବାସ କରନ୍ତି। ପ୍ରଂଶୁ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଏହି ଘଟଣାରେ ଡିଡିବି ରୋଡ ପୋଲିସ ଏକ ମାମଲା ରୁଜୁ କରିଛି । ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ଏହି ମାମଲାରେ ଆଗକୁ ଯାଞ୍ଚ ଜାର ରହିବ ବୋଲି ପୋଲିସ କହିଛି ।