ନାବାଳିକା ପ୍ରେମିକାଙ୍କ ବାପାଙ୍କ ବେକ କାଟିଦେଲେ ଯୁବକ

ଏକତରଫା ପ୍ରେମରୁ ଛୁରାମାଡ଼ । ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ସୂଚନାମୁତାବକ ଏକତରଫା ପ୍ରେମ କରୁଥିବା ବେଳେ ନାବାଳିକାଙ୍କ ବାପା ଏହାକୁ ବିରୋଧ କରିବାରୁ ବୁଧବାର ପୂର୍ବାହ୍ନରେ ଏକ ଧାରୁଆ ଛୁରିରେ ଯୁବକ ଜଣକ ରାଜେନ୍ଦ୍ରଙ୍କ ବେକକୁ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ରାଜେନ୍ଦ୍ରଙ୍କୁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି।