ନାମାଙ୍କନ ଭରିବେନି ଜୟ

ନାମାଙ୍କନ ଭରିବେନି ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ଏନେଇ ଭାଜପାରୁ ଆସିଛି ବଡ଼ ଖବର। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନି ଜୟ । ଏନେଇ ସୂଚନା ମିଳିଛି।ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍‍ ଜୟ ଢୋଲକିଆ ବିଜେପି ଶିବିରରେ ଦେଖାଦେଇଥିଲେ । ପିତାଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହେବାରୁ ବିଜେଡି ଜୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲା ।