ନିଆରା ଢଙ୍ଗରେ ସ୍କୁଲରେ ଗୁରୁଦିବସ ପାଳିତ।
କୋଣାର୍କ:-05/09/2025 ଆଜି ହେଉଛି ସ୍ଵର୍ଗତ ସର୍ବପଲ୍ଲୀ ରାଧାକୃଷ୍ଣ ଜନ୍ମ ଦିବସ ଯାହାକୁ ଆମେ ଗୁରୁଦିବସ ବୋଲି ପାଳନକରି ଆସୁଛୁ। ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ରେ ଆଜିର ଦିନକୁ ଗୁରୁ ଦିବସ ଭାବରେ ପାଳୁଥିବା ବେଳେ ଏକ ନିଆରା ଢଙ୍ଗରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଗୁରୁଦିବସ ପାଳିତ ହୋଇଯାଇଛି।ଗୁରୁକୂଳ ଆଶ୍ରମ ପରି ଏହି ଶିକ୍ଷାଶ୍ରମରେ ଗୀତ,ନୃତ୍ୟ, ବେଦ,ଶିକ୍ଷା ଦିଆଯାଉଥିବା ବେଳେ ବିଭିନ୍ନ ପୁରାଣ ପାଠ କରାଯାଇଥାଏ।ଆଜି ଶୋଭନୀୟ ଶିକ୍ଷାଶ୍ରମର ଗୁରୁମା ମାନଙ୍କୁ ଚନ୍ଦନ, ପୁସ୍ପ, ଓ ଦୁବ ଦିପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା।ଏଥିରେ କୋଣାର୍କ ଶୋଭନିୟ ଶିକ୍ଷା ଶ୍ରମର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଏକ ନାଟକୀୟ ଢଙ୍ଗରେ ଗୁରୁ ଶିଷ୍ୟ ର ପରମ୍ପରା କୁ ପରିବେଷଣ କରିଥିଲେ ଯାହାକି ଯାହାଠାରୁ ଯେ କୌଣସି ଜ୍ଞାନ କି ବିଦ୍ୟା ଲାଭ କରିଥାଏ ତାକୁ ଗୁରୁ ରୂପେ ମାନିବା ନିହାତି ଦରକାର ନଚେତ ସେ ଜ୍ଞାନ କି ବିଦ୍ୟା ଭବିଷ୍ୟତ ରେ କାମରେ ଆସେନାହିଁ ବୋଲି ଏକ ସୁନ୍ଦର ବାର୍ତ୍ତା ଟିଏ ସମାଜ କୁ ଦେଇଛନ୍ତି।ଦ୍ୱାପର ଯୁଗରେ ଯାହାକି ପରାଶର ରୁଷି ଙ୍କ ପୁତ୍ର ବ୍ୟାସଦେବ ଦିନେ ଏକ ବାଟରେ ଗଲାବେଳେ ଦେଖିବାକୁ ପାଇଲେ ଯେ ଜଣେ ଶବର ଟିଏ ଗୋଟିଏ ଗଛରେ ନ ଚଢି ତାର ବିଦ୍ୟା ବଳରେ ଗଛ କୁ ନୁଆଁଇ ସେଥିରୁ ଫଳ ତୋଳି ପୁଣି ମନ୍ତ୍ର ଦ୍ୱାରା ଗଛ କୁ ପୂର୍ବ ଅବସ୍ଥା କୁ ଫେରାଇ ଆଣି ପାରୁଛି। ଯାହାକି ବ୍ୟାସ ଙ୍କ ମନରେ ଭାବନା ସୃଷ୍ଟି ହୋଇଛି ଯେ ମୁଁ ସର୍ବ ଜ୍ଞାନ ସମ୍ପର୍ଣ୍ଣ ହୋଇ ମଧ୍ୟ ଏହି ବିଦ୍ୟା କୁ ଜାଣିନି। ତେଣୁ ସେ ସେହି ବିଦ୍ୟା ଶିକ୍ଷା କରିବା ପାଇଁ ଶବରର ଘରେ ପହଞ୍ଚି ସେହି ବିଦ୍ୟା କୁ ଜାଣିବାକୁ ଚେଷ୍ଟା କରିଥିଲେ। ହେଲେ ଶବର ମନେ ମନେ ଭାବିଲେ ଯେ ଜଣେ ଦକ୍ଷ ଜ୍ଞାନୀ ଉଚ୍ଚ କୋଟିର ରୁଷି ଏହି ଜ୍ଞାନ ପାଇ ମୋତେ କଣ ସେ ଗୁରୁ ବୋଲି ବିବେଚନା କରିବେ….. ଯାହା ଗୁରୁ ର ଜ୍ଞାନ ପ୍ରତି ଅବମାନନା ହେବ ତେଣୁ ସେ ନିଜ ପୁଅ ମାଧ୍ୟମରେ କହି ବ୍ୟାସ ଙ୍କୁ ନିଜେ ଲୁଚିବାକୁ ଚେଷ୍ଟାକଲେ। ସେପଟେ ଏହି ଘଟଣା କୁ ଶବର ର କୁନି ପୁଅଟି ସବୁ ଦେଖି ଦିନେ ବାପା କୁ ପଚାରିଲା ଯେ ବାପା କାହିଁକି ଜଣେ ରୁଷି ବାରମ୍ବାର ତୁମ କୁ ଖୋଜୁଛନ୍ତି। ସେଇଠି ବାପା ଶବର ପୁଅକୁ କହିଲେ ଜ୍ଞାନ ଓ ବିଦ୍ୟା ର କୁ ଗ୍ରହଣ କରୁଥିବା ଲୋକଟି ଯାହା ଠାରୁ ଜ୍ଞାନ ଓ ବିଦ୍ୟା ଲାଭ କରେ ତାକୁ ଗୁରୁ ରୂପେ ମାନିବା ଦରକାର। ଯାହାକି ଗୁରୁ ସବୁବେଳେ ଗରୀୟାନ, ସେ ଶିଶୁ ହେଉ ଅବା ନୀଚ ଜାତି ହେଉ ଯାହାଠାରୁ ଆମେ ବୁଦ୍ଧି ଓ ଜ୍ଞାନ ଲାଭ କରୁ ତାଙ୍କୁ ସବୁବେଳେ ଗୁରୁ ପଦବାଚ୍ୟ ରୂପେ ଗ୍ରହଣ କରିବା ନିହାତି ଦରକାର ବୋଲି କହିଥିଲେ। ଶେଷରେ ସେଇଆ ହେଲା ଯେ ଶବର ର କୁନି ପୁଅ ବ୍ୟାସ ଙ୍କୁ ଦେଖି ଆସିବାର କାରଣ ପଚାରି ତାଙ୍କୁ ସେହି ଗଛ କୁ ନୁଆଇଁବା ପରେ ମନ୍ତ୍ର ଦ୍ୱାରା ପୁଣି ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ମନ୍ତ୍ର କୁ ଦେଇଥିଲେ, ଯାହାକି ପରେ ଏହି କଥା ଶବର ଜାଣିବାପରେ ପୁଅ ଉପରେ ବିରକ୍ତି ଭାବ ପ୍ରକାଶ କରିକହିଲେ ଯେ ଯଦି ତୁମକୁ ବ୍ୟାସ ଗୁରୁ ରୂପେ ଗ୍ରହଣ କରିବେ ତଃ ତେବେ ତାଙ୍କ ର ଏ ବିଦ୍ୟା କାମ କରିବ ନଚେତ ଆଜିଠୁ ଏ ବିଦ୍ୟା କାର୍ଯ୍ୟ କରିବ ନାହିଁ….. ଦିନେ ଶବର ର ପୁଅ ରୁଷି ବ୍ୟାସ ଙ୍କ ଆଶ୍ରମ ରେ ପହଂଚିବା ବେଳକୁ ବ୍ୟାସ ଅନ୍ୟ ଋଷି ମାନଙ୍କୁ ବସାଇ ଜ୍ଞାନ ଶିକ୍ଷା ଦାନ କରୁଥିଲେ, ଯେହେତୁ ବ୍ୟାସ ହେଉଛନ୍ତି ଅତ୍ୟନ୍ତ ଜ୍ଞାନୀ ବ୍ୟକ୍ତି ତେଣୁ ସେ କୁନି ଶବର ପୁଅ କୁ ଦେଖି ସଭା ରୁ ଉଠିଯାଇ ତତକ୍ଷଣାତ ତାଙ୍କୁ ଗୁରୁ ର ସମ୍ନାନ ଦେଇ ମର୍ଯ୍ୟାଦା କରିଥିଲେ। ଯାହାକି ଅନ୍ୟ ଋଷି ଦେଖି ଜାଣିଥିଲେ ଗୁରୁ ର ପ୍ରକୃତ ମର୍ଯ୍ୟାଦା କଣ…। ତେଣୁ ଏହି ଶିକ୍ଷା ଶ୍ରମ ର ଛାତ୍ର ଛାତ୍ରୀ ମାନେ ସମାଜ କୁ ଆଜିର ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ଙ୍କ ମର୍ଯ୍ୟାଦା କିପରି ହେବା ଦରକାର ତାକୁ ହିଁ ନାଟକ ମାଧ୍ୟମରେ ଦର୍ଶାଇଛନ୍ତି।କୋଣାର୍କ ରୁ ପ୍ରକାଶ କାଣ୍ଡି
