ନିଜ ବାସଭବନକୁ ବିିକି ଭୁବନେଶ୍ବର ଏମ୍ସ ୩କୋଟି ୪୦ ଲକ୍ଷ ଟଙ୍କା ଦାନ
ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି।୧୯୪୫ ମସିହାରେ କଟକ ମେଡ଼ିକାଲ କଳେଜର ସେ ଥିଲେ ପ୍ରଥମ ବ୍ୟାଚ୍ ର ଏମବିବିଏସ୍ ଛାତ୍ରୀ ।
ଏହା ପରେ ସେ ଏମକେସିଜି ମେଡ଼ିକାଲ କଲେଜର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ନିଜକୁ ସମାଜସେବା ଓ ଲୋକଙ୍କ ଚିକିତ୍ସା ସେବାରେ ନିଜକୁ ନିୟୋଜିତ କରିଥିଲେ । ୧୯୫୦ରେ ଡାକ୍ତରୀ ଡିଗ୍ରୀ ହାସଲ ପରେ ସେ ମାଡ୍ରାସ ମେଡିକାଲ୍ କଲେଜରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗରେ DGO ଏବଂ MD ଡିଗ୍ରୀ ହାସଲ କରିଥିଲେ। ସେ ଆମେରିକାର ଜନ୍ସ ହପକିନ୍ସ ହସ୍ପିଟାଲ୍ରୁ MPH ଡିଗ୍ରୀ ମଧ୍ୟ ଲାଭ କରିଥିଲେ।ଦେଶ ଓ ଦେଶ ବାହାରୁ ଶିକ୍ଷା ଆହରଣ କରିଥିବା ଡ. ଲକ୍ଷ୍ମୀ ବାଇ ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଚାକିରି ଜୀବନ ଆରମ୍ଭ କରି ୧୯୮୬ରେ ଏମକେସିଜି ମେଡ଼ିକାଲରେ ଅବସର ନେଇଥିଲେ । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଜ୍ୟୋତି ଆୱାର୍ଡ ଇଂଟରନ୍ୟାସନାଲ୍ ଫ୍ରେଣ୍ଡସିପ୍ ସୋସାଇଟି ଆୱାଡ୍ ଓ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଛନ୍ତି । ତାଙ୍କର ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ସନ୍ତାନ କେହି ନାହାନ୍ତି ।
